କୋଲ୍‌କାତା: ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ ଦାଏର ହୋଇଥିବା ‘ଏଫ୍‌ଆଇଆର୍‌’ ଆଧାରରେ ଆଜି କୋଲ୍‌କାତା ପୁଲିସ ତାଙ୍କୁ ‘ଭର୍ଚ୍ୟୁଆଲି’ ପଚରାଉଚୁରା କରିଛି। ପୂର୍ବହ୍ନ ୧୦.୩୦ରେ ଆରମ୍ଭ ହୋଇଥିବା ପଚରାଉଚୁରା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପୁଲିସ ମିଥୁନଙ୍କ ବୟାନ ମଧ୍ୟ ରେକର୍ଡ କରିଛି।

Image Courtesy of India Today

କୋଲ୍‌କାତାର ମାଣିକତାଲା ଥାନାରେ ପଞ୍ଜିକୃତହୋଇଥିବା ‘ଏଫ୍‌ଆଇଆର୍‌’ରେ ଅଭିଯୋଗ ହୋଇଛି ଯେ, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିର କୋଲ୍‌କାତା ରାଲିରେ ମିଥୁନ୍‌ ଚକ୍ରବର୍ତ୍ତୀ ‘ମାର୍‌ବୋ ଏଖାନେ, ଲାସ୍‌ ପୋର୍‌ବେ ଶୋଶାନେ’ ଏବଂ ‘ଏକ୍‌ ଚୋବୋଲେ ଛୋବି’ ଭଳି ଚଳଚ୍ଚିତ୍ର ସଂଳାପ କହିଥିଲେ। ଏହି ସଂଳାପ ସବୁ ପଶ୍ଚିମବଙ୍ଗରେ ନିର୍ବାଚନୋତ୍ତର ହିଂସାର କାରଣ ବୋଲି ଅଭିଯୋଗ ହୋଇଥିଲା।

Image Courtesy of NDTV

ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସ୍ପଷ୍ଟିକରଣ ଦେଇ କହିଛନ୍ତି କି, ଏହି ସଂଳାପ ସବୁ ସେ କେବଳ ମନୋରଞ୍ଜନ ଲାଗି କହିଥିଲେ। ସେ ନିର୍ଦ୍ଦୋଶ ଏବଂ ଅଭିଯୋଗକାରୀ ଉଠାଇଥିବା ଅପରାଧରେ କୌଣସିମତେ ସଂଶ୍ଳୀଷ୍ଟ ନୁହନ୍ତି।

ସୂଚନାଯୋଗ୍ୟ, ସିଆଲ୍‌ଦା ଅଦାଲତର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ଙ୍କ ପାଖରେ ପଡ଼ିରହିଥିବା ତାଙ୍କ ବିରୋଧରେ ଆଗତ ସମସ୍ତ ମାମଲାକୁ ଦଫାରଫା କରାଯାଉ ବୋଲି ମିଥୁନ ଚକ୍ରବର୍ତ୍ତୀ ହାଇକୋର୍ଟରେ ମଧ୍ୟ ନିବେଦନ କରିଛନ୍ତି।

The post ନିର୍ବାଚନ ଭାଷଣ ସଂକ୍ରାନ୍ତ ଅଭିଯୋଗକୁ ଭିତ୍ତି କରି ମିଥୁନ ଚକ୍ରବର୍ତ୍ତୀଙ୍କୁ ‘ଭର୍ଚ୍ୟୁଆଲି’ ପଚରାଉଚୁରା କଲା କୋଲ୍‌କାତା ପୁଲିସ first appeared on Sambad.

from ରାଜନୀତି | Sambad https://ift.tt/3pYpZt8