କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ର ସାଂଗଠନିକ ସ୍ତରରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ପୁତୁରା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଦୋନ୍ନତି ଦିଆଯାଇ ଦଳର ସାଧାରଣ ସଂପାଦକ ରୂପେ ନିଯୁକ୍ତ କରାଯାଇଛି।

ସେହିପରି କାକୋଲି ଘୋଷ ଦସ୍ତିଦାରଙ୍କୁ ଦଳର ମହିଳା ଶାଖାରର ସଭାପତି ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଏବଂ ଅଭିନେତା ସାୟୋନି ଯୁବ ଶାଖାରର ମୁଖ୍ୟ ଭାବରେ ନିଯୁକ୍ତ କାଯାଇଛି।

ଆଜି (ଶନିବାର) ପଶ୍ଚିମବଙ୍ଗ ଶାସକ ଦଳ ତୃଣମୂଳ କଂଗ୍ରେସର ବରିଷ୍ଠ ନେତାମାନେ କୋଲକାତାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକରେ ଏହି ନିଷ୍ପତ୍ତି ନେବାପରେ ପରେ ଏହା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ପୂର୍ବରୁ ଯୁବ ସଂଗଠନର ନେତୃତ୍ୱ ନେଉଥିଲେ କିନ୍ତୁ ପଦୋନ୍ନତି ପରେ ସେ ଏବେ ଦଳର ସାଧାରଣ ସଂପାଦକ ରୂପେ କାର୍ଯ୍ୟ କରିବେ। ଏଥିସହ ତୃଣମୂଳ କଂଗ୍ରେସ ଜଣେ ବ୍ୟକ୍ତି, ଗୋଟିଏ ପଦବୀ ସୂତ୍ର ଅନୁସରଣ କରିବ ବୋଲି ବରିଷ୍ଠ ନେତା ପାର୍ଥା ଚାଟାର୍ଜୀ ଗଣମାଧ୍ୟମକୁ କହିଛନ୍ତି।

ଶ୍ରୀ ଚାଟାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ବଙ୍ଗଳା ବାହାରେ ସଂଗଠନ ବିସ୍ତାର କରିବାକୁ ଯୋଜନା କରୁଛି। ଏବଂ ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ।

The post ଅଭିଷେକ ବାନାର୍ଜୀ ହେଲେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ; ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ ଦେବ ପ୍ରାର୍ଥୀ first appeared on Sambad.

from ରାଜନୀତି | Sambad https://ift.tt/3wTSScc