
ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ନୀତି ଆୟୋଗ ତଥ୍ୟ ଗ୍ରହଣର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅମର ପଟ୍ଟନାୟକ। ଏସଡିଜି ଏକ ରାଜନୈତିକ ରିପୋର୍ଟ ନୁହେଁ । ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି ଅମର ପଟ୍ଟନାୟକ।
ସୂଚନାଯୋଗ୍ୟ, ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ୫ଟି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, ୨୧ ବର୍ଷ ଶାସନ ପରେ ଓଡ଼ିଶାର ୩୩ ପ୍ରତିଶତ ଲୋକ କାହିଁକି ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ । ୨୮ଟି ରାଜ୍ୟ ତାଲିକାରେ ତଳୁ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ କାହିଁକି ପାଇବ। ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଉପରେ ଏହା କୁଠାରଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଏହା ସହ ସେ କହିଛନ୍ତି କି ସହରାଞ୍ଚଳର କିଛି ଭାଗରେ ସୌନ୍ଦର୍ଯ୍ୟକଣ କରି ରାଜ୍ୟର ବିକାଶ କରାଯାଉଛି।
The post ଏସଡିଜି ରିପୋର୍ଟକୁ ନେଇ ରାଜନୀତି କରିବା ଉଚିତ ନୁହେଁ: ଅମର ପଟ୍ଟନାୟକ first appeared on Sambad.from ରାଜନୀତି | Sambad https://ift.tt/3cgeQ1i
0 Comments