କୋଲକାତା: ଆଜି ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୀବ୍ର ସମାଲୋଚନା କରି ‘ତୃଣମୂଳ କଂଗ୍ରେସ’ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ, ଧନଖଡ଼ଙ୍କ କାର୍ଯ୍ୟକାଳ ପୂରିଗଲେ ଜନତାଙ୍କଦ୍ବାରା ଦାଏର ହୋଇଥିବା ଅଭିଯୋଗର ବିଚାର ହେବ ଓ ତାଙ୍କୁ ‘ପ୍ରେସିଡେନ୍‌ସି ଜେଲ୍‌’କୁ ପଠାଯିବ।

ସମ୍ପ୍ରତି ‘ନାରଦା ଦୁର୍ନୀତି’ ମାମଲାରେ ଗିରଫ ହୋଇ ତୃଣମୂଳ କଂଗ୍ରେସର ୪ଜଣ ନେତା ‘ପ୍ରେସିଡେନ୍‌ସି ଜେଲ୍‌’ରେ ଅଛନ୍ତି। କଲ୍ୟାଣଙ୍କ ଏତାଦୃଶ କଥା ଶୁଣି ‘ହତବମ୍ଭ’ ହୋଇଯାଇଛନ୍ତି ବୋଲି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ କହିଛନ୍ତି।

Image Courtesy of India Today

ହୁଗୁଳିରେ ସାମ୍ବାଦିକମାନଙ୍କୁ କଲ୍ୟାଣ ବାନାର୍ଜୀ କହିଛନ୍ତି ଅଭିଯୋଗ କରିଛନ୍ତି ଯେ, ତାଙ୍କରି ନିର୍ଦେଶମତେ ଫିର୍‌ହଦ୍ ହକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଏବଂ କୋଲ୍‌କାତାର ପୂର୍ବତନ ମେୟର୍‌ ‌ଶୋଭନ ଚାଟାର୍ଜୀଙ୍କୁ ‘ନାରଦା ଷ୍ଟିଙ୍ଗ୍‌ ଅପରେସନ୍’ ମାମଲାରେ ଗିରଫ କରାଯାଇଛି। ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ସମ୍ବିଧାନ ବିରୋଧୀ। ସେ ସିଧାସଳଖ ‘ନାରଦା ମାମଲା’ ‘ସିବିଆଇ’କୁ ହସ୍ତାନ୍ତର କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ, ରାଜ୍ୟପାଳଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଆରମ୍ଭ କରାଯ‌ାଇ ପାରିବ ନାହିଁ। କିନ୍ତୁ, ମୁଁ ଜନତାଙ୍କୁ ଅନୁରୋଧ କରୁଛି, ଯେଉଁ ଅଞ୍ଚଳରେ ରାଜ୍ୟପାଳ ଧର୍ମବିଦ୍ବେଷ ସୃଷ୍ଟି କରି ହିଂସାକୁ ଉସ୍କାଇଛନ୍ତି, ସେମାନେ ସମ୍ପୃକ୍ତ ଅଞ୍ଚଳର ଥାନାମାନଙ୍କରେ ଅଭିଯୋଗ ଦାଏର କରନ୍ତୁ। ରାଜ୍ୟପାଳ ଅବସର ଗ୍ରହଣ କରିବା ପରେ ତାଙ୍କ ବିରୋଧରେ ମୋକଦମା ଆରମ୍ଭ ହୋଇପାରିବ।

The post ଅବସର ପରେ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ତୃଣମୂଳ କଂଗ୍ରେସ ଜେଲ୍‌ ପଠାଇବ: କଲ୍ୟାଣ ବାନାର୍ଜୀ first appeared on Sambad.

from ରାଜନୀତି | Sambad https://ift.tt/3hNTr33