କୋଲକାତା: ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟିକା ସୋନାଲି ଗୁହା ଏବେ କୁମ୍ଭୀର କାନ୍ଦଣା କାନ୍ଦିଲେଣି | ପୁଣି ଥରେ ଟିଏମସିକୁ ଫେରିବାର ଆଶା ନେଇ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି | ତୁମ ବିନା ବଞ୍ଚି ପାରିବିନି ବୋଲି ଲେଖି ପୁଣି ଥରେ ଦଳକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ, “ମୁଁ ମନ ଦୁଃଖ କରି ଏହା ଲେଖୁଛି ଯେ ମୁଁ ଭାବପ୍ରବଣ ହେବା ପରେ ଅନ୍ୟ ଦଳରେ ଯୋଗଦେବା ପାଇଁ ଭୁଲ ନିଷ୍ପତ୍ତି ନେଇଥିଲି। କିନ୍ତୁ ମୁଁ ସେଠାରେ ଅଭ୍ୟସ୍ତ ହୋଇପାରିଲି ନାହିଁ। ଯେଉଁଭଳି ଭାବରେ ଏକ ମାଛ ପାଣିରୁ ଦୂରେଇ ରହିପାରିବ ନାହିଁ, ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ, ଦିଦି। ମୁଁ ତୁମକୁ କ୍ଷମା ପ୍ରାର୍ଥନା କରୁଛି ଏବଂ ଯଦି ତୁମେ ମୋତେ କ୍ଷମା ନକର, ମୁଁ ବଞ୍ଚି ପାରିବି ନାହିଁ। ଦୟାକରି ମୋତେ ଫେରିଯିବା ପାଇଁ ଅନୁମତି ଦିଅ ଏବଂ ମୋର ଅବଶିଷ୍ଟ ଜୀବନ ତୁମ ସ୍ନେହରେ ବିତାଇବି ବୋଲି ସେ ଚିଠିରେ ଲେଖିଛନ୍ତି।

ହଠାତ ଟିଏମସିକୁ କଣ ପାଇଁ ଫେରିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି ଯେ, “ବିଜେପିରେ ଯୋଗଦେବା ପାଇଁ ମୋର ନିଷ୍ପତ୍ତି ଭୁଲ ଥିଲା ଏବଂ ମୁଁ ଆଜି ତାହା ଅନୁଭବ କରିପାରୁଛି। ମୁଁ ଦଳ ଛାଡିବା ବିଷୟରେ ବିଜେପିକୁ କହିବାକୁ ଇଚ୍ଛା କଲି ନାହିଁ। କାରଣ ଦଳରେ ମୋର କୌଣସି ସମ୍ମାନ ନାହିଁ | ସେମାନେ ମୋତେ ଦିଦିଙ୍କ ବିରୋଧରେ କହିବାକୁ ବ୍ୟବହାର କରିବାକୁ ଚାହୁଁଥିଲେ। କିନ୍ତୁ ମୁଁ ତାହା କରିପାରିଲି ନାହିଁ। ଏବେ ମୁଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଛି | ସେ ଜଣେ ମୁଖ୍ୟମନ୍ତ୍ରୀ | ନିହାତି ଭାବରେ ବ୍ୟସ୍ତ ଥିବେ | ସେଥି ପାଇଁ ମୁଁ ଚିଠି ଲେଖିଛି | ଜବାବ ନମିଳିଲେ ମୁଁ ଆସନ୍ତା ସପ୍ତାହରେ ତାଙ୍କୁ ଭେଟିବାକୁ ଯିବି |

Can't Live Without Didi', Turncoat Trinamool Leader Writes to Mamata | Clarion India
Clarion India

ଉଲ୍ଲେଖଯୋଗ୍ୟ, ଟିଏମସି ନିର୍ବାଚନ ଲଢ଼ିବା ପାଇଁ ଟିକେଟ ନଦେବା ପରେ ରାଗରେ ସୋନାଲି ଗୁହା ବିଜେପିରେ ଯୋଗ ଦେଇଥିଲେ | ନିର୍ବାଚନ ନଲଢ଼ିଲେ ବି ବିଜେପିକୁ ସୁଦୃଢ କରିବା ପାଇଁ ସେ କାମ କରିବେ ବୋଲି କହିଥିଲେ |

The post ତୁମ ବିନା ବଞ୍ଚି ପାରିବିନି; ଟିଏମସିରୁ ବିଜେପିକୁ ଯାଇଥିବା ସୋନାଲି ଗୁହା ଏଭଳି କହି ଦଳକୁ ଫେରାଇନେବାକୁ ଦିଦିଙ୍କୁ ଚିଠି ଲେଖିଲେ first appeared on Sambad.

from ରାଜନୀତି | Sambad https://ift.tt/3vdJ6S3