କୋଲକାତା: ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସେ ରାଜ୍ୟବାସୀଙ୍କ ଆଶା ପୂରଣ ପାଇଁ କାର୍ଯ୍ୟ କରିବେ। ରାଜ୍ୟରେ ତୃଣମୂଳ କଂଗ୍ରେସର ବିଜୟ ପରଠାରୁ ପଶ୍ଚିମବଙ୍ଗରେ ଏକ ଭୟଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ବେଳେ  ରାଜ୍ୟରେ ଚାଲିଥିବା ହିଂସା ବିରୋଧରେ ସେ ସ୍ୱର ଉତ୍ତୋଳନ କରିବେ ବୋଲି ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କୁ ତାଙ୍କ ଗଡ଼ ନନ୍ଦିଗ୍ରାମରେ ପରାସ୍ତ କରି ଶୁଭେନ୍ଦୁ ୧୭୩୬ ଭୋଟରେ ବିଜୟ ହାସଲ କରିଥିଲେ।
ଏଣେ ସୀତାଲୁକୁଚି ଗୁଳି ବିନିମୟ ଘଟଣାର ସିଆଇଡି ଯାଞ୍ଚକୁ ନେଇ ସେ ମନ୍ତବ୍ୟ ଦେଇଛନ୍ତି ଯେ ସିଆରପିଏଫ୍ ଏବଂ ସିଆଇଏସଏଫ୍ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବାରୁ ଏହି ଘଟଣାର ଅନୁସନ୍ଧାନ କରିବାର ଅଧିକାର ରହିଛି। ପୂର୍ବତନ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି ଯେ ଗୁଳି ବିନିମୟ ଘଟଣାରେ ୪ ଜଣ ସିଆଇଏସଏଫ କନେଷ୍ଟବଳ, ଜଣେ ସିଆଇଏସଏଫ ଇନ୍ସପେକ୍ଟର ଏବଂ ଜଣେ ସିଆଇଏସଏଫ ଡେପୁଟି କମାଣ୍ଡାଣ୍ଟଙ୍କୁ ନୋଟିସ ଜାରି କରିଥିବାରୁ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ସିଆଇଡି ଯାଞ୍ଚ କରୁଛି।
ଏହି ଘଟଣାର ଅନୁସନ୍ଧାନ ପାଇଁ ସରକାର ଏକ ଏସଆଇଟି ଗଠନ କରିଥିଲେ ଯେଉଁଠାରେ ମତଦାନ ମଧ୍ୟରେ ସିଆଇଏସଏଫ କର୍ମଚାରୀ ଗୁଳି ଚଳାଇବା ୫/୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସୀତାଲକୁଚିରେ ଅନ୍ୟ ତିନି ଜଣ ନିରୀହ ଲୋକଙ୍କୁ ଆହତ କରିବା ବ୍ୟତୀତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀକୁ ଦେଷାରୋପ କରିଛି। ଅପରପକ୍ଷରେ ଏହି କାଣ୍ଡ ପଛରେ ତୃଣମୂଳ କଂଗ୍ରେସର ହାତ ଥିବା ବିଜେପି ବାରମ୍ବାର ଅଭିଯୋଗ କରିଆସୁଛି।

The post ପଶ୍ଚିମବଙ୍ଗରେ ଚାଲିଥିବା ହିଂସା ବିରୋଧରେ ସ୍ୱର ଉତ୍ତୋଳନ କରିବି: ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ first appeared on Sambad.

from ରାଜନୀତି | Sambad https://ift.tt/33tvOEP