
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶେଷ ତଥା ଅଷ୍ଟମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ବୋଲି ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ରିପୋର୍ଟରେ ଦର୍ଶାଯାଇଛି।
ପଶ୍ଚିମବଙ୍ଗ ନିର୍ବାଚନ ୱାଚ ଏବଂ ଏଡିଆର ଏପ୍ରିଲ ୨୯ରେ ହେବାକୁ ଥିବା ମତଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୫ଟି ନିର୍ବାଚନମଣ୍ଡଳୀରୁ ୨୮୩ ପ୍ରାର୍ଥୀଙ୍କ ସତ୍ୟପାଠକୁ ବିଶ୍ଳେଷଣ କରବା ପରେ ଏହି ତଥ୍ୟ ଜଣାପଡ଼ିଛି।
ବିଶ୍ଳେଷଣ କରାଯାଇଥିବା ୨୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୪ (୨୩ପ୍ରତିଶତ) ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି ଏବଂ ୫୦ (୧୮ ପ୍ରତିଶତ) ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।
ପ୍ରମୁଖ ଦଳ ମଧ୍ୟରେ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ)ର ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ (୭୦ପ୍ରତିଶତ), ତୃଣମୂଳ କଂଗ୍ରେସର ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ (୩୧ ପ୍ରତିଶତ), ବିଜେପିର ୩୫ ଜଣଙ୍କ ମଧ୍ୟରୁ ୨୧ (୬୦ପ୍ରତିଶତ) ପ୍ରାର୍ଥୀ ଏବଂ କଂଗ୍ରେସର ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ (୫୩ ପ୍ରତିଶତ) ସେମାନଙ୍କ ସତ୍ୟପାଠରେ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।
ସେହିପରି ସିପିଆଇ(ଏମ୍)ର ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨(୨୦ ପ୍ରତିଶତ), ତୃଣମୂଳ କଂଗ୍ରେସର ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮ (୨୩ ପ୍ରତିଶତ), ବିଜେପିର ୩୫ ଜଣଙ୍କ ମଧ୍ୟରୁ ୧୮ (୫୧ପ୍ରତିଶତ) ଏବଂ କଂଗ୍ରେସର ୧୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯ (୪୭ ପ୍ରତିଶତ) ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି।
୧୨ ଜଣ ପ୍ରାର୍ଥୀ ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ମାମଲା ଘୋଷଣା କରିଥିବାବେଳେ ୬ ଜଣ ପ୍ରାର୍ଥୀ ନିଜ ବିରୋଧରେ ହତ୍ୟା ମାମଲା ରହିଥିବା ଘୋଷଣା କରିଛନ୍ତି।
from ରାଜନୀତି | Sambad https://ift.tt/3sN3Tto
0 Comments