
ନୂଆଦିଲ୍ଲୀ: ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ କରାଯିବା ନେଇ ଘୋଷଣା କରାଯାଇଛି। ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି ।
ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋଭିଡ଼ରେ ମୃତ୍ୟୁ ପରେ ସ୍ଥଗିତ ରହିଥିବା ଉପନିର୍ବାଚନ ପାଇଁ ଏହାରି ଭିତରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ମେ ୧୩ରେ ଭୋଟ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଘେଷଣା କରିଥିବା ବେଳେ ପରେ ଇଦୁଲ ଫିତର ପାଇଁ ଏହାକୁ ମେ ୧୬ ତାରିଖକୁ ଘୁଂଚାଇ ଦିଆଯାଇଛି । ନିୟମ ଅନୁସାରେ କେବଳ କଂଗ୍ରେସର ନୂଆ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ବିଜେଡ଼ି ଓ ବିଜେପିର ପ୍ରାର୍ଥି ଅପରିବର୍ତ୍ତିତ ରହିଛନ୍ତି।
The post ପିପିଲି ଉପନିର୍ବାଚନ ପାଇଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ first appeared on Sambad.from ରାଜନୀତି | Sambad https://ift.tt/3xkblzS
0 Comments