
ନୂଆଦିଲ୍ଲୀ: ଆଜି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ହେବାକୁ ଥିବା ‘ତୃଣମୂଳ କଂଗ୍ରେସ ପାର୍ଟି’ର ଇସ୍ତାହର ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପରେ ଏହି ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମର ନୂଆ ତାରିଖ ଘୋଷଣା କରାଯିବ। ଇସ୍ତାହାର ଉନ୍ମୋଚନ ସ୍ଥଗିତ ରଖାଯିବା ପ୍ରକୃତ କାରଣ ଦଳ ସ୍ପଷ୍ଟ କରିନାହିଁ।
କିଛି ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥାଆନ୍ତା କିନ୍ତୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାରୁ ତାହା ସମ୍ଭବ ହୋଇପାରି ନାହିଁ ବୋଲି ଶୁଣାଯାଉଛି।
ଅଳ୍ପ ଦିନ ତଳେ ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଆହତ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ‘ହ୍ଵିଲ୍ଚେୟାର୍’ରେ ବସି ଗାନ୍ଧୀ ମୂର୍ତ୍ତି ରୁ ହଜ୍ରା ପର୍ଯ୍ୟନ୍ତ ଏକ ‘ରୋଡ୍ ସୋ’ କରିବେ ବୋଲି ଆଶା କରାଯାଉଛି।
ଆଜି ଅପରାହ୍ଣରେ ସେ ହଜ୍ରାରେ ଏକ ସର୍ବସାଧାରଣ ରାଲିରେ ଉଦ୍ବୋଧନ ଦେବେ। ଏ ସପ୍ତାହ ପ୍ରାରମ୍ଭରେ ମମତା ନନ୍ଦୀଗ୍ରାମରେ କିଛି ଲୋକଙ୍କ ଆକ୍ରମଣର ସରବ୍ୟ ହୋଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏ ଘଟଣା ପରେ ଆଜି ସେ ପ୍ରଥମ କରି ସର୍ବସାଧାରଣଙ୍କ ସମ୍ମୁଖକୁ ଆସିବେ।
ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ଗତକାଲି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଢେର୍ ଉନ୍ନତି ଘଟିଛି। ଏବେ ସେ ଖୁବ୍ ଭଲ ଅଛନ୍ତି। ତାଙ୍କ ବାମ ଗୋଡ଼ ବଳାଗଣ୍ଠିର ଫୁଲା ବି କମିଯାଇଛି।
୧୨ ତାରିଖରେ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଡାକ୍ତରଖାନାରୁ ‘ଡିସ୍ଚାର୍ଜ’ କରାଯାଇଥିଲା।
The post ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଇସ୍ତାହାର ଉନ୍ମୋଚନ ସ୍ଥଗିତ ରଖିଲା ତୃଣମୂଳ କଂଗ୍ରେସ first appeared on Sambad.
from ରାଜନୀତି – Sambad https://ift.tt/3rKV8AF
0 Comments