
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟସଭା ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ଦଳୀୟ ପ୍ରାର୍ଥୀ ଟିକେଟ୍ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦାସଗୁପ୍ତା ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ତରଫରୁ ନିର୍ବାଚନ ଲଢ଼ିବେ ସ୍ବପନ। ବିଜେପି ତାଙ୍କୁ ହୁଗୁଲି ଜିଲ୍ଲାର ତାରକେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ପ୍ରଦାନ କରିଛି।
ଉଲ୍ଲେଖଯୋଗ୍ୟ, ସ୍ବପନ ଦାସଗୁପ୍ତା ଜଣେ ନିର୍ଦ୍ଦଳୀୟ ରାଜ୍ୟସଭା ସାଂସଦ ହୋଇଥିବା ବେଳେ କିପରି ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିପାରିବେ ବୋଲି ତୃଣମୂଳ କଂଗ୍ରେସ(ଟିଏମ୍ସି) ପ୍ରଶ୍ନ ଉଠାଇବା ପରେ ଇସ୍ତଫା ଦେଇଛନ୍ତି ଦାସଗୁପ୍ତା।
ଏନେଇ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୈତ୍ର ଅଭିଯୋଗ ଉଠାଇ କହିଥିଲେ ଯେ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁଯାୟୀ, ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ସ୍ୱପନ ଦାସଗୁପ୍ତ ଅଯୋଗ୍ୟ ଅଟନ୍ତି।
The post ବିଜେପି ପ୍ରାର୍ଥୀ ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସ୍ବପନ ଦାସଗୁପ୍ତା first appeared on Sambad.from ରାଜନୀତି | Sambad https://ift.tt/3qSMgYa
0 Comments