କୋଲକାତା: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ପାଖରେ ୮୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି | ଅନ୍ୟପଟେ ସିପିଆଇର ବିଧାୟିକା ପ୍ରାର୍ଥୀ ମୀନାକ୍ଷୀ ମୁଖାର୍ଜୀ ମଧ୍ୟ ନନ୍ଦିଗ୍ରାମ ଆସନରୁ ଲଢୁଥିବାବେଳେ ତାଙ୍କ ପାଖରେ ଏକ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଅଛି। ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଆଫିଡେଭିଟ୍ ଅନୁଯାୟୀ ଶୁଭେନ୍ଦୁଙ୍କର ୫୯,୩୧,୬୪୭.୩୨ ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୨୧ ଲକ୍ଷ ୩୫ ହଜାର ୧୦୨ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି | ତେବେ ଶୁଭେନ୍ଦୁଙ୍କ ନାମରେ କୌଣସି ଗାଡି ନାହିଁ |

ଅନ୍ୟପଟେ ମୀନାକ୍ଷୀ ମୁଖାର୍ଜୀଙ୍କ ୧ ଲକ୍ଷ ୩୨ ହଜାର ୧୯୮ ଟଙ୍କାର ସ୍ଥାବର ସମ୍ପତ୍ତି ଅଛି | ଶିକ୍ଷାଗତ ଯୋଗ୍ୟତା ବାବଦରେ କହିବାକୁ ଗଲେ ଶୁଭେନ୍ଦୁ ଅଧିକାରୀ ଏମ.ଏ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବାବେଳେ ମୀନାକ୍ଷୀ ମୁଖାର୍ଜୀ ବି.ଏଡ଼ କରିଛନ୍ତି । ମୀନାକ୍ଷୀଙ୍କ ପାଖରେ ୪୦,୦୦୦ ମୂଲ୍ୟର ଏକ ୨ଚକିଆ ଯାନ ଥିବାବେଳେ ଚାରିଚକିଆ ଯାନ ନାହିଁ | ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ମୋଟ ସମ୍ପତ୍ତି ହେଉଛି ୧୬ ଲକ୍ଷ ୭୨ ହଜାର ୩୫୨ ଟଙ୍କା |

ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମମତା ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଥିବା ଆଫିଡେଭିଟ୍‌ରେ ଏହା ଉଲ୍ଲେଖ କରିଛନ୍ତି। ଆଫିଡେଭିଟ୍ ଅନୁଯାୟୀ, ମମତାଙ୍କର ୧୬ ଲକ୍ଷ ୭୨ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ନାମରେ କୌଣସି ଜମି ନାହିଁ | କୌଣସି ବ୍ୟାଙ୍କରେ ତାଙ୍କ ନାମରେ ଋଣ ହୋଇନଥିବାବେଳେ କୌଣସି ଆୟକର ବକେୟା ବି ନାହିଁ |

The post ମମତାଙ୍କ ଅପେକ୍ଷା ଶୁଭେନ୍ଦୁଙ୍କ ପାଖରେ ଅଛି ୫ ଗୁଣ ଅଧିକ ସମ୍ପତ୍ତି first appeared on Sambad.



from ରାଜନୀତି – Sambad https://ift.tt/3ldQV5P