କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲେଣି।। ଆଗାମୀ ୨୭ରୁ ଆରମ୍ଭ ହେବ ନିର୍ବାଚନ ମହାସମର। ଚଳିତ ନିର୍ବାଚନରେ ଫିଲ୍ମ ତାରକାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିବ। ବଲିଉଡ୍‌ର ଲୋକପ୍ରିୟ ଅଭିନେତା ମିଥୁନ୍‌ ଚକ୍ରବର୍ତ୍ତୀ ବିଜେପି‌ରେ ସାମିଲ୍‌ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଏହି ସସ୍‌ପେନ୍ସ ଉପରୁ ପରଦା ହଟିବ। ସେଦିନ ବ୍ରିଗେଡ଼୍‌ ପରେଡ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ରୢାଲିରେ ମିଥୁନ୍‌ ଉପସ୍ଥିତ ରହିବେ ବୋଲି ଚର୍ଚ୍ଚା ହେଉଛି।

The post ବିଜେପିରେ ସାମିଲ୍‌ ହେବେ ମିଥୁନ୍‌! ୭ରେ ସସ୍‌ପେନ୍ସରୁ ହଟିବ ପରଦା first appeared on Sambad.



from ରାଜନୀତି – Sambad https://ift.tt/38fUjb7