
ଥିରୁଅନନ୍ତପୁରମ୍ : ଆଗକୁ କେରଳ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ କେରଳରେ କଂଗ୍ରେସକୁ ଶକ୍ତ ଝଟ୍କା ଲାଗିଛି। କେରଳର ୱାୟନାଡ଼ ଜିଲ୍ଲାରୁ ୪ ଜଣ କଂଗ୍ରେସ ନେତା ଇସ୍ତଫା ଦେଇ ଦେଇଛନ୍ତି। କେପିସିସି ସଚିବ ଏମ୍ଏସ୍ ବିଶ୍ବନାଥନ, ଡିସିସି ସାଧାରଣ ସଚିବ ଅନିଲ କୁମାର, କେପିସିସି କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ କେକେ ବିଶ୍ବନାଥନ ଏବଂ ମହିଳା କଂଗ୍ରେସ ରାଜ୍ୟ ସଚିବ ସୁଜୟା ବେଣୁଗୋପାଳ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧି ପୂର୍ବରୁ ୱାୟନାଡ଼କୁ ପ୍ରତିନିଧିତ୍ବ କରୁଥିଲେ। ଇସ୍ତଫା ଦେଇଥିବା ୪ ନେତାଙ୍କ ମଧ୍ୟରୁ ଜଣେ ପ୍ରମୁଖ ନେତା ହେଉଛନ୍ତି ଏମ୍ଏସ୍ ବିଶ୍ବନାଥନ। ସେ କୁରୁମା ସମ୍ପ୍ରଦାୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ।
The post ନିର୍ବାଚନ ପୂର୍ବରୁ କେରଳରେ ଦଳ ଛାଡ଼ିଲେ ୪ କଂଗ୍ରେସ ନେତା first appeared on Sambad.
from ରାଜନୀତି – Sambad https://ift.tt/2MRfVTT
0 Comments