
ଚେନ୍ନାଇ : ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍କେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ପ୍ରଥମ ତାଲିକାରେ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍ଙ୍କ ସମେତ ୬ ପ୍ରାର୍ଥୀଙ୍କ ନାମ ଅଛି। ମୁଖ୍ୟମନ୍ତ୍ରୀ ତାଙ୍କ ଗୃହ ଜିଲ୍ଲା ସଲେମ୍ର ଏଡାପ୍ପଦି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ଏବଂ ଉପ ମୁଖ୍ୟମନ୍ତ୍ରୀ ବୋଦିନୟାକନୁର୍ରୁ ନିର୍ବାଚନ ଲଢ଼ିବେ। ଅନ୍ୟ ପ୍ରମୁଖ ପ୍ରାର୍ଥୀ ତଥା ଡି ଜୟକୁମାର ରୋୟାପୁରମ୍, ସିଭି ଶାନମୁଗମ୍ ଭିଲ୍ଲୁପୁରମ୍ରୁ, ଏସ୍ପି ଶାନମୁଗାନାଥନ୍ ଶ୍ରୀବୈଗୁନ୍ଦମ୍ରୁ ନିର୍ବାଚନ ଲଢ଼ିବେ। ଉଲ୍ଲେଖଯୋଗ୍ୟ ଆସନ୍ତା ଏପ୍ରିଲ ୬ ତାରିଖରେ ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ହେବ। ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ।
The post ତାମିଲନାଡ଼ୁ ବିଧାନସଭା ନିର୍ବାଚନ : ଏଆଇଏଡିଏମ୍କେର ପ୍ରଥମ ପ୍ରାର୍ଥୀ ତାଲିକା ଜାରି first appeared on Sambad.
from ରାଜନୀତି – Sambad https://ift.tt/3sSa1Rz
0 Comments