କୋଲକାତା: ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍ସି) ସୁପ୍ରିମୋ ମମତା ବାର୍ଜାନୀ। ଏଥର ବିଧାନସଭା ନିର୍ବାଚନ ପାଇଁ ମମତା ସମୁଦାୟ ୨୯୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ନିଜେ ନନ୍ଦୀଗ୍ରାମରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏଥର ମମତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ଭବାନୀପୁରରୁ ନିର୍ବାଚନ ଲଢ଼ିବେ ମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଟିଏମ୍ସିର ପ୍ରାର୍ଥୀ ତାଲିକାରୁ ପାର୍ଥ ଚଟ୍ଟୋପଧ୍ୟାୟ ଓ ଅମିତ ମିତ୍ରଙ୍କ ସମେତ ୨୦ରୁ ଅଧିକ ବିଧାୟକ ଓ ଶୀର୍ଷ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି। ଏମାନଙ୍କ ବ୍ୟତୀତ ୮୦ ବର୍ଷରୁ ଊର୍ଧ୍ବ ବୟସ୍କ କିଛି ନେତାଙ୍କୁ ମଧ୍ୟ ପ୍ରାର୍ଥୀ ତାଲିକାରେ ସ୍ଥାନ ମିଳି ନାହିଁ।
ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କ ପୂର୍ବତନ ପତ୍ନୀ ରତ୍ନା ଚାଟାର୍ଜୀଙ୍କୁ ପୂର୍ବ ବେହେଲା ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ଦେଇଛି ଟିଏମ୍ସି, ଯେଉଁଠାରେ ପୂର୍ବରୁ ଶୋଭନ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କ ବ୍ୟକ୍ତିଗତ ଜୀବନରେ ବହୁ ବାଦବିବାଦ ଉପୁଜିବା ପରେ ବିଜେପିରେ ଯୋଗ ଦେଇଛନ୍ତି ଶୋଭନ।
ଏଥର ସର୍ବମୋଟ୍ ୨୯୪ ଆସନରୁ ସମଭାବାପନ୍ନ ଦଳକୁ ଉତ୍ତରବଙ୍ଗ ତଥା ଅନ୍ୟାନ୍ୟ ଅଞ୍ଚଳରୁ ଟିଏମ୍ସି ୩ଟି ଆସନ ଛାଡ଼ିଛି ବୋଲି ମମତା କହିଛନ୍ତି। ପ୍ରାର୍ଥୀ ତାଲିକା ଘୋଷଣା କରି ମମତା ଟିଏମ୍ସି ଏଥର ୫୦ ଜଣ ମହିଳା, ୪୨ ଜଣ ମୁସ୍ଲମାନ, ୭୯ ଜଣ ଅନୁସୂଚିତ ଜାତି ଏବଂ ୧୭ ଜଣ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ମଇଦାନକୁ ଛାଡ଼ିଛି ବୋଲି ସୂଚନା ଦେଇଛନ୍ତି।
ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଅର୍ଥମନ୍ତ୍ରୀ ଅମିତ ମିତ୍ର ଏଥର ନିର୍ବାଚନରୁ ବିରତି ନେଇଛନ୍ତି ବୋଲି ସୂଚନା ଦେଇ ମମତା ବାନାର୍ଜୀ ଆହୁରି ବି ସ୍ପଷ୍ଟ କରିଛନ୍ତି ଯେ ଚଳିତ ବଜେଟ୍ ଅଧିବେଶନରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ନାହିଁ।
The post ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଟିଏମ୍ସି, ଏଥର ନନ୍ଦୀଗ୍ରାମରୁ ଲଢ଼ିବେ ମମତା first appeared on Sambad.
from ରାଜନୀତି – Sambad https://ift.tt/2PAYrw2
0 Comments