ଚେନ୍ନାଇ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏପ୍ରିଲ ୬ରେ ତାମିଲନାଡୁରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପ୍ରଚାର ନକରିବାକୁ ନିର୍ଦ୍ଦେଶ ଦେବାକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ତାମିଲନାଡୁ ୟୁନିଟ୍‌ ନିର୍ବାଚନ କମିସନଙ୍କ ନିକଟରେ ଦାବୀ କରିଛି। ନିର୍ବାଚନ କମିସନଙ୍କ ନକଟକୁ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖି ବିଜେପି ଅଭିଯୋଗ କରିଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ କରିବାକୁ ନିର୍ବାଚନ କମିଶନ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ।

ମାର୍ଚ୍ଚ ୨ ତାରିଖରେ କନ୍ୟାକୁମାରୀ ଜିଲ୍ଲାର ମୁଲାଗୁମୁଦୁସ୍ଥିତ ସେଣ୍ଟ ଜୋସେଫ୍‌ ମାଟ୍ରିକ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ଅଭିଯାନ ସ୍କୁଲ ପରିସରରେ ନିର୍ବାଚନ ପ୍ରଚାର ସଦୃଶ ବୋଲି ବିଜେପି ରାଜ୍ୟ ଦାୟିତ୍ୱରେ ଥିବା ନିର୍ବାଚନ କମିଟି ମୁଖ୍ୟ ଭି ବାଲାଚନ୍ଦ୍ରନ୍‌ ଅଭିଯୋଗ କରିଛନ୍ତି।

Indian Express

ତାମିଲନାଡୁର ମୁଖ୍ୟ ନର୍ବାଚନ ଅଧିକାରୀ (ସିଇଓ) ସତ୍ୟବ୍ରତ ସାହୁଙ୍କ ନିକଟରେ ଦାଖଲ ହୋଇଥିବା ଏକ ସ୍ମାରକପତ୍ରରେ ସେ କହିଛନ୍ତି ଯେ ଶିକ୍ଷାନୁଷ୍ଠାନରେ ଗାନ୍ଧୀଙ୍କ ରାଜନୈତିକ ଅଭିଯାନ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି। ଆଉ ଏଥିପାଇଁ ତାମିଲନାଡୁରେ ତାଙ୍କ ପ୍ରଚାର ଅଭିଯାନ ଉପରେ ନିଷେଧାଦେଶ ଲଗାଯିବା ଆବଶ୍ୟକ। ଏଥିସହ କଂଗ୍ରେସ ନେତା ରାହହୁଲ ଆଇପିସିର ଧାରା ୧୦୯ (ଆବେଦନ ପାଇଁ ଦଣ୍ଡ) ଏବଂ ଆଇପିସିର ୧୨୪ କ (ଦେଶଦ୍ରୋହ) ଅନୁଯାୟୀ ଅପରାଧ କରି କହିଛନ୍ତି ଯେ ଭାରତକୁ ଆଉ ଏକ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ରହିଛି। କଂଗ୍ରେସ ନେତାମାନେ ବ୍ରିଟିଶ ଶାସନ କାଳରେ ସ୍ୱାଧୀନତା ପୂର୍ବର ସ୍ଥିତିକୁ ତୁଳନା କରିବା ସହ ଯୁବକମାନଙ୍କୁ ଅନ୍ୟ ଏକ ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସାହିତ କରିବା ଘୃଣା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଇଛ ଯାହା ଆଇନ ଦ୍ୱାରା ପ୍ରତିଷ୍ଠିତ ସରକାର ପ୍ରତି ଅବମାନନା ଏବଂ ଅସନ୍ତୋଷ ସୃଷ୍ଟି କରିଛି ବୋଲି ବିଜେପି ଅଭିଯୋଗ କରିଛି।

The post ତାମିଲନାଡୁରେ ରାହୁଲ ଗାନ୍ଧୀଙ୍କ ପ୍ରଚାର ଉପରେ ନିଷେଧାଦେଶ ଜାରି ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଦାବି କଲା ବିଜେପି first appeared on Sambad.



from ରାଜନୀତି – Sambad https://ift.tt/3rkksNC