
ନୂଆଦିଲ୍ଲୀ : ଆସନ୍ତା ମାସ ୬ ତାରିଖରେ କେରଳ ବିଧାନସଭା ନିର୍ବାଚନ ଥିବା ବେଳେ କେରଳରେ ଆଜି ଶାସକ ଏଲ୍ଡିଏଫ୍ ନିର୍ବାଚନୀ ଇସ୍ତାହାର ଜାରି କରିଛି। ନିର୍ବାଚନୀ ଇସ୍ତାହାରରେ ଏଲ୍ଡିଏଫ୍ ଯୁବଗୋଷ୍ଠୀଙ୍କ ପାଇଁ ୪୦ ଲକ୍ଷ ନୂଆ ଚାକିରି ଏବଂ ସମସ୍ତ ଗୃହିଣୀଙ୍କ ପାଇଁ ପେନସନ୍ ପ୍ରତିଶ୍ରୁତି ଦେଇଛି। ସିପିଏମ୍ ରାଜ୍ୟ ପ୍ରଭାରୀ ଏ ବିଜୟରାଘବନ୍ଙ୍କ ଦ୍ବାରା ଆଜି ଏକେଜି କେନ୍ଦ୍ର ନିକଟରେ ଏହି ଇସ୍ତାହାର ଜାରି ହୋଇଛି। ଏଲ୍ଡିଏଫ୍ ପକ୍ଷରୁ ଉପକୂଳ ଅଞ୍ଚଳର ବିକାଶ ପାଇଁ ୫ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି। ରବର୍ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ କିଲୋପିଛା ୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯୁବଗୋଷ୍ଠୀଙ୍କୁ ଚାକିରି ସହ ଗୃହିଣୀଙ୍କୁ ପେନ୍ସନ୍ ପ୍ରତିଶ୍ରୁତି ବେଶ୍ ଚର୍ଚ୍ଚାରେ ରହିଛି।
The post କେରଳ ବିଧାନସଭା ନିର୍ବାଚନ : ଇସ୍ତାହାର ଜାରି କଲା ଏଲ୍ଡିଏଫ୍ first appeared on Sambad.from ରାଜନୀତି | Sambad https://ift.tt/3eY7xgX
0 Comments