
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ରେଳପଥ ସଂଯୋଗ ଓ କେନ୍ଦୁଝର ଜିଲ୍ଲାରେ ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ଦାବିରେ ଭୁବନେଶ୍ବରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ବିକାଶ ପରିଷଦ ସଭାପତି ରମାକାନ୍ତ ନାୟକଙ୍କ ସଭାପତିତ୍ବରେ ଉତ୍କଳ ସାମ୍ବାଦିକ ସଂଘର ସଭା ଗୃହରେ ଆୟୋଜିତ ବୈଠକରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ରେଳପଥ ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହୋଯାଗ ଆବଶ୍ୟକ।
କେନ୍ଦୁଝର ଜିଲ୍ଲାର ଟାଙ୍ଗୀରିଆପାଲ ଠାରୁ ଆନନ୍ଦପୁର୍ ଦେଇ ଭଦ୍ରକକୁ ରେଳପଥ ସଂଯୋଗ ଦାବି କରିଥିଲେ। କେନ୍ଦୁଝର ଜିଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବିକୁ ମଧ୍ୟ ସେ ସମର୍ଥନ ଜଣାଇଥିଲେ। ଏହାଛଡ଼ା କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ସରକାରୀ ଅବହେଳା ନେଇ ସେ ଉଦବେଗ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ମହେଶ୍ଵର ସାହୁ, ପୃଥ୍ବୀରାଜ କୁଅଁର, କଂଗ୍ରେସ ନେତା ନିକୁଞ୍ଜ ବିହାରୀ ମିଶ୍ର, ସାମ୍ବାଦିକ ଲୋକନାଥ ସିଂ, ମଦନ ପାଣି, ଶତ୍ରୁଘ୍ନ ସାହୁ, ଅବସରପ୍ରାପ୍ତ ସେନା ଅଧିକାରୀ ଅରୁଣ କୁମାର ମହାନ୍ତି, କେନ୍ଦୁଝର ଆସୋସିଏସନ୍ ସମ୍ପାଦକ ନିର୍ମଳ କୁମାର ବେହେରା, ଅବସରପ୍ରାପ୍ତ ପ୍ରଶାସକ ଗୋସ୍ୱାମୀ ଗୋଲାମ୍ ଦେବତା, ପ୍ରମୋଦ କୁମାର ରାଉତ ପ୍ରମୁଖ ରେଳପଥ ସଂଯୋଗ ଓ ଇସ୍ପାତ କାରଖାନା ଦାବିକୁ ଜୋରଦାର୍ କରିବାକୁ ଆହ୍ଵାନ ଦେଇଥିଲେ।
ଆସନ୍ତା ୨୧ ତାରିଖରେ ଘସିପୁରା ଝାଡେଶ୍ୱର ମନ୍ଦିର ନିକଟରେ ହେବାକୁ ଥିବା ମହାସମାବେଶରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଥିଲେ। ଉପଖଣ୍ଡର ସମସ୍ତ୍ ଲୋକ ପ୍ରତିନିଧିଙ୍କୁ ଏଥିରେ ସାମିଲ କରିବାକୁ ମଧ୍ୟ ଆଲୋଚନା ହୋଇଥିଲା। ରାମଚନ୍ଦ୍ର ସୁର୍, ଅଶୋକ କୁମାର ରାଉତ, ଉମେଶ ଚନ୍ଦ୍ର ପାଢୀ, ଖଗେଶ୍ଵର ବଳ, ଶୁଭ୍ରାଂଶୁ ଶେଖର ଦାସ, ପୂର୍ଣ୍ଣେନ୍ଦୁ ଦତ୍ତ, ବିଶ୍ଵଜିତ ରାଉତ, ଚନ୍ଦନ ପଣ୍ଡା, ରବୀନ୍ଦ୍ର ନାଥ ମହାପାତ୍ର, ପ୍ରଶାନ୍ତ କୁମାର ରାଉତ, ବୃହସ୍ପତି ସାମଲ, ପ୍ରମୋଦ କୁମାର ରାଉତ, ଅପରାଜିତ ସିହ୍ନା, ବୈଦ୍ୟନାଥ ବାରିକ, କ୍ଷମାକର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।
The post ଟାଙ୍ଗୀରିଆପାଳଠାରୁ ଆନନ୍ଦପୁର୍ ଦେଇ ଭଦ୍ରକକୁ ରେଳ ସଂଯୋଗ ପାଇଁ ନିରଞ୍ଜନଙ୍କ ଦାବି first appeared on Sambad.from ରାଜନୀତି | Sambad https://ift.tt/3cDYRJG
0 Comments