କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଜି ୩୦ ଜଣିଆ ଷ୍ଟାର୍‌ ପ୍ରଚାରକ ସୂଚୀ ଜାରି କରିଛି। ଏହି ସୂଚୀରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ରାହୁଲ ଗାନ୍ଧି, ପ୍ରିୟାଙ୍କା ଗାନ୍ଧି, ସଚିନ ପାଇଲଟ୍‌, ନବଜୋତ୍ ସିଂହ ସିଦ୍ଧୁ, ଅଭିଜିତ ମୁଖାର୍ଜୀ, ମହମ୍ମଦ ଆଝାରୁଦ୍ଦିନ୍‌ ରହିଛନ୍ତି। ବିଜେପି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା ଘୋଷଣା କରିଥିଲା। ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନାମ ରହିଛି।

The post ସଚିନ୍‌ ପାଇଲଟ୍‌, ନବଜୋତ୍‌ ସିଂହ ସିଦ୍ଧୁ କଂଗ୍ରେସର ଷ୍ଟାର୍‌ ପ୍ରଚାରକ first appeared on Sambad.



from ରାଜନୀତି – Sambad https://ift.tt/3bJCyDs