କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ହଟ୍‌ ସିଟ୍‌ କୁହାଯାଉଥିବା ନନ୍ଦୀଗ୍ରାମରୁ ଆଜି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏବେ ତାଙ୍କର ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ମମତା ବାନାର୍ଜୀଙ୍କ ସହ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଶୁଭେନ୍ଦୁ ନନ୍ଦୀଗ୍ରାମର ସିଂହବାହିନୀ ଏବଂ ଜାନକୀନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ହଳଦିଆରେ ଏକ ରୢାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ବିରୋଧରେ ଖୁବ୍‌ ଗର୍ଜିଥିଲେ। ଶୁଭେନ୍ଦୁ କହିଲେ, ନନ୍ଦୀଗ୍ରାମରୁ ଭୂମିପୁତ୍ର ଜିତିବ। ପଶ୍ଚିମବଙ୍ଗରେ ଡବଲ ଇଞ୍ଜିନ୍‌ ସରକାର ଗଠନ ହେବ। ଏହି ରୢାଲିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀ ଯୋଗଦେଇ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

The post ନନ୍ଦୀଗ୍ରାମ ଲଢ଼େଇ: ପ୍ରାର୍ଥିପତ୍ର ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ first appeared on Sambad.



from ରାଜନୀତି – Sambad https://ift.tt/3rJfk5Q