
ଭୁବନେଶ୍ବର: ରେଳ ବଜେଟରେ ଓଡ଼ିଶାକୁ କେନ୍ଦ୍ର ସରକାର ବ୍ୟାପକ ଅବହେଳା କରିଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ପକ୍ଷରୁ ସର୍ବସାଧାରଣରେ ଖୋଲା ବିତର୍କର ଆହ୍ବାନ କରିଥିଲା। ଆଜି ଏହାର ଜବାବ ରଖିଛି କେନ୍ଦ୍ରରେ କ୍ଷମତାସୀନ ଥିବା ଭାରତୀୟ ଜନତା ପାର୍ଟି। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଶାସକ ଦଳକୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛି ବିଜେପି ।
ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପିର ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି, ମାଷ୍ଟର କ୍ୟାଣ୍ଟିନ୍ ଛକକୁ ଆସନ୍ତୁ, ଖୋଲା ବିତର୍କ ପାଇଁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟରେ ଯଦି ରେଳ ପ୍ରକଳ୍ପ ଆଗେଇ ପାରୁନି ତେବେ ସେଥିପାଇଁ ରାଜ୍ୟ ସରକାରଙ୍କ ଅପରାଗତା ଦାୟୀ । ୬ରୁ ୭ ବର୍ଷ ଭିତରେ ୧୪ ହଜାର କୋଟି ନୁହେଁ, ୩୬ ହଜାର କୋଟି ଆସିଛି । ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଉଛି ଶାସକ ଦଳ ନେତା । ରାଜ୍ୟରେ ରେଳର ବିକାଶ ନ ହୋଇପାରିବାର କାରଣ ଜମି ଅଧିଗ୍ରହଣ, ଆଇନଶୃଙ୍ଖଳା, ଜଙ୍ଗଲ ଅନୁମତି ମୁଖ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ବୋଲି ଗୋଲକ ମହାପାତ୍ର କହିଛନ୍ତି।
ସାଧାରଣ ବଜେଟ୍ରେ ଓଡ଼ିଶାକୁ କରାଯାଇଥିବା ଅବହେଳା ସଂପର୍କରେ ବିଶେଷ କଡ଼ା ପ୍ରତିକ୍ରିୟା ରଖି ନଥିବା ବିଜୁ ଜନତା ଦଳ କିନ୍ତୁ ରେଳ ବଜେଟ୍ ଅନୁଦାନକୁ ନେଇ ଗତକାଲି ଗର୍ଜନ ତର୍ଜନ କରିଥିଲା । ଶୁକ୍ରବାର ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଦଳୀୟ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ମିଳିତ ଭାବେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଇଛି ବୋଲି ଅଭିଯୋଗ ଆଣିବା ସହିତ କଠୋର ଭାଷାରେ ବିଜେପି ଓ କେନ୍ଦ୍ରକୁ ସମାଲୋଚନା କରିଥିଲେ। କେବଳ ସେତିକି ନୁହେଁ, ଆଉ ପାଦେ ଆଗକୁଯାଇ ବିଜେଡି ନେତା ଆହ୍ବାନ କରିଥିଲେ ଯେ ଯଦି ଦମ୍ ଅଛି, ବିଜେପିର ଶୀର୍ଷ ନେତୃତ୍ବ ଆମ ସାଙ୍ଗରେ ବିତର୍କ କରନ୍ତୁ।
The post ରେଳ ବଜେଟକୁ ନେଇ ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କଲା ବିଜେପି; ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଖୋଲା ବିତର୍କ ପାଇଁ ପ୍ରସ୍ତାବ first appeared on Sambad.
from ରାଜନୀତି – Sambad https://ift.tt/3pVvnww
0 Comments