
କୋଲ୍କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ପ୍ରସ୍ତାବିତ ‘ରଥଯାତ୍ରା’ ଆରମ୍ଭ କରିବା ଲାଗି ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା ଗତରାତିରେ କୋଲ୍କାତାରେ ପହଞ୍ଚିଛନ୍ତି।
ଗୁରୁବାର ରାତିରେ ବିଜେପି ନେତା କୈଳାସ ବିଜୟବର୍ଗୀୟ ଏବଂ ମୁକୁଳ ରାୟ ଜେପି ନଡ୍ଡାଙ୍କୁ କୋଲ୍କାତା ବିମାନ ବନ୍ଦରରୁ ପାଛୋଟି ନେଇଥିଲେ। ଶନିବାର ପାଇଁ ନିର୍ଦ୍ଧାରିତ ରୋଡ୍ ସୋ’ ଏବଂ ସର୍ବସାଧାରଣ ରାଲି ନିମନ୍ତେ ନଡ୍ଡା କୋଲ୍କାତାରେ ପହଞ୍ଚିଥିଲେ ମଧ୍ୟ ‘ରଥଯାତ୍ରା’ ଅଭିଯାନ ନିମନ୍ତେ ଆଞ୍ଚଳିକ ପ୍ରଶାସନରୁ ଅନୁମତି ମିଳିବା ସଂକ୍ରାନ୍ତରେ ସଂଶୟ ଉପୁଜିଛି।
ସେପଟେ, ଶନିବାର ଅପରାହ୍ଣରେ ନଦିଆ ଜିଲ୍ଲାରେ ତୃଣମୂଳ କଂଗ୍ରେସ ୨ଦିନିଆ ବାଇକ୍ ରାଲି ଆରମ୍ଭ କରିବାକୁ ଯାଉଛି। ନଡ୍ଡା ମଧ୍ୟ ପ୍ରାୟ ଏହି ସମୟରେ ନଦିଆ ଜିଲ୍ଲାରେ ବିଜେପିର ଅଭିଯାନ ଆରମ୍ଭ କରିବ।
ଆଜି ଚାପ୍ରାରେ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଥିବା ତୃଣମୂଳ କଂଗ୍ରେସର ଏହି ଅଭିଯାନର ନାମ ରହିଛି ‘ଜନସମର୍ଥନ ଯାତ୍ରା’। କୃଷ୍ଣନଗର ଦେଇ ‘ତୃଣମୂଳ କଂଗ୍ରେସ’ର ରାଲି ପଲାସୀରେ ଶେଷ ହେବ।
ବିଜେପିର ‘ରଥଯାତ୍ରା’ ପାଇଁ ପୁଲିସ ଅନୁମତି ଦେଇ ନ ଥିବା ବେଳେ ତୃଣମୂଳ କଂଗ୍ରେସ ତା’ର ବାଇକ୍ ରାଲି ପ୍ରସ୍ତୁତିରେ ଅଗ୍ରସର ହୋଇଛି। ପୁଲିସ ଅନୁମତି ନ ଦେଲେ ମଧ୍ୟ ‘ରଥଯାତ୍ରା’ ହେବ ବୋଲି ବିଜେପି କହିଛି।
ଆଜି ଅପରାହ୍ଣରେ ଜେପି ନଡ୍ଡା ନବଦ୍ୱୀପ ଯାଇ ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରିବେ। ଏହାପରେ ସେ କୃଷ୍ଣନଗର ଯାଇ ଧୁବୁଲିଆରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବେ।
The post ଅନୁମତି ମିଳିବାରେ ଅନିଶ୍ଚିତତା ଥିଲେ ବି ‘ରଥଯାତ୍ରା’ ଶୁଭାରମ୍ଭ କରିବାକୁ କୋଲ୍କାତାରେ ନଡ୍ଡା; ବାଇକ୍ ରାଲି ପାଇଁ ‘ଟିଏମ୍ସି’ର ପ୍ରସ୍ତୁତି first appeared on Sambad.
from ରାଜନୀତି – Sambad https://ift.tt/3cLNVvx
0 Comments