କୋଲକାତା : ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ଟିଏମ୍‌ସିରେ ସଙ୍କଟ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ଟିଏମ୍‌ସି ନେତା ତଥା ମମତା ବାନାର୍ଜୀଙ୍କ ଅତି ନିକଟତମ ନେତା, ମନ୍ତ୍ରୀ ଦଳ ଛାଡ଼ୁଛନ୍ତି। ଏବେ ଅଭିନେତ୍ରୀରୁ ରାଜନେତା ପାଲଟିଥିବା ସାଂସଦ ଶତାବ୍ଦୀ ରାୟ ଦଳ ଛାଡ଼ୁଥିବା ଖବର ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଆଜି ଶତାବ୍ଦୀ କହିଛନ୍ତି ଯେ ସେ ଦଳ ଛାଡ଼ିବେ ନାହିଁ। ଆସନ୍ତାକାଲି (ଶନିବାର) ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଶତାବ୍ଦୀ ଭେଟିବେ ବୋଲି ଗଣମାଧ୍ୟମକୁ କହିଥିଲେ। ତେବେ ଆଜି ସନ୍ଧ୍ୟାରେ ସେ ତାଙ୍କ ଆଭିମୁଖ୍ୟ ବଦଳାଇଛନ୍ତି ଏବଂ ଶାହଙ୍କୁ ଭେଟିବେ ନାହିଁ ବୋଲି କହିଛନ୍ତି।

The post ଟିଏମ୍‌ସି ଛାଡ଼ିବେନି ଶତାବ୍ଦୀ ରାୟ first appeared on Sambad.



from ରାଜନୀତି – Sambad https://ift.tt/35FOmmH