ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମିଜୋରାମ ଓ ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସଙ୍କୁ ବିହାରର ଅତିରିକ୍ତ ଦାୟିତ୍ବ ଦେଇଛି। ପୂର୍ବରୁ ବିହାରରେ ଏଆଇସିସି ପ୍ରଭାରୀ ଭାବେ ଶକ୍ତିସିଂ ଗୋହିଲ ନିଯୁକ୍ତ ଥିଲେ। ସେ ଉକ୍ତ ପଦରୁ ଅବ୍ୟାହତି ନେବା ପରେ ଦଳର ସଭାନେତ୍ରୀ ଭକ୍ତ ଚରଣ ଦାସଙ୍କୁ ବିହାର ଦାୟିତ୍ବ ଦେଇଛନ୍ତି। ଶ୍ରୀ ଦାସ ତତ୍କାଳ ଏହି ଦାୟିତ୍ବ ଗ୍ରହଣ କରିବାକୁ ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ଏକ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

The post ଭକ୍ତ ଚରଣ ଦାସଙ୍କୁ ବିହାର ପ୍ରଭାରୀ ଭାବେ ଅତିରିକ୍ତ ଦାୟିତ୍ବ ଦେଲା ଏଆଇସିସି first appeared on Sambad.



from ରାଜନୀତି – Sambad https://ift.tt/397YrK9