
ପାରଳାଖେମୁଣ୍ତି : ଆଗକୁ ପୌର ନିର୍ବାଚନ। ଏଥିପାଇଁ ଘର ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ଗଜପତି କଂଗ୍ରେସ। ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା ୧୩ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ଦଳର ବରିଷ୍ଠ ନେତା ଡ.ତିରୁପତି ପାଣିଗ୍ରାହୀ, ଏସ୍.ଗଜପତି ରାଓ, ବି.ବାଲାରାଜୁ, ଟି.ନାଗେଶ୍ବର ରାଓ, ଡି.ଭି ରାଜୁ, ଏମ୍. କ୍ରିଷ୍ଣାରାଓ, ଏସ୍.ବାଲାରାଜୁ, ଏସ୍. ଜୟମୋହନ ରାଓ, କ୍ରିଷ୍ଣା କୁମାର ବେହେରା, କାଶୀନଗର ବ୍ଲକର ଜି.ତିରୁପତି ରାଓ, ଅଖିଳ କୁମାର ପାତ୍ର, କେ.ସିଏଚ ଦୋରା, ଏନ.ଜୀବରତ୍ନମ ଓ କେ.ରାମା ରାଓ ପ୍ରମୁଖଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଦିଆଯାଇଛି ବୋଲି ଏଥିରେ ଦର୍ଶାଯାଇଛି।
ଗତ ସାଧାରଣ ନିର୍ବାଚନ ବେଳେ କ˚ଗ୍ରେସରେ ଟିକଟ ବଣ୍ଟାକୁ ନେଇ ଟଣାଓଟରା ଜାରି ରହିଥିଲା। ବିଶେଷକରି ପାରଳାଖେମୁଣ୍ତି ଆସନରେ ଟିକଟ ବଣ୍ଟାକୁ ନେଇ ବଡ଼ ସସ୍ପେନ୍ସ୍ ଲାଗି ରହିଥିଲା। ଗତ ନିର୍ବାଚନରେ ପାରଳାଖେମୁଣ୍ତି ଆସନରୁ ଦଳ ପୂର୍ବତନ ବିଧାୟକ କେ.ସୂରିଆ ରାଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଶାୟୀ ଡ.ତିରୁପତି ପାଣିଗ୍ରାହୀ ଟିକଟ ନପାଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସୁରିଆ ୨୨ ହଜାର ଭୋଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ତିରୁପତି ୩୮ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହି କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଦଳ ବିରୋଧୀ କାମ ପାଇଁ ତିରୁପତି ଦଳରୁ ନିଳମ୍ବିତ ହୋଇଥିଲେ। ତେବେ ନିର୍ବାଚନର କିଛି ମାସ ପରେ ସୁରିଆ ଓ ତାଙ୍କ ସମର୍ଥକ ମାନେ କ˚ଗ୍ରେସ ଦଳ ଛାଡ଼ି ଦେଇଥିଲେ। ଦଳ ସ୍ଥାଣୁ ଅବସ୍ଥାକୁ ଚାଲିଆସିଥିଲା। ବର୍ତ୍ତମାନ ପୌର ନିର୍ବାଚନକୁ ଆଖି ଆଗରେ ରଖି ଦଳକୁ ପୁଣି ସକ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ନଗର କ˚ଗ୍ରେସ କମିଟି ତରଫରୁ ସୂଚନା ଦିଆଯାଇଛି। ଏଥିପାଇଁ ଆସନ୍ତା ୫ ତାରିଖ ଦିନ ପାରଳାଖେମୁଣ୍ତି ଏବ˚ ୬ ତାରିଖରେ ମୋହନା ନିକଟସ୍ଥ ପିଣ୍ତିଙ୍ଗି ଠାରେ ଦଳର କାର୍ଯ୍ୟକାରିଣୀ ବୈଠକ ଆୟୋଜନ ହେବ ବୋଲି ସୂଚନା ମିଳିଛି।
The post ତିରୁପତିଙ୍କ ସମେତ ୧୩ ତୁଙ୍ଗ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର first appeared on Sambad.
from ରାଜନୀତି – Sambad https://ift.tt/2JGpK5x
0 Comments