ପାଟନା: ଶନିବାର ଦିନ ପୁଣି ଥରେ ଏଲଜେପି ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନଙ୍କ ଉପରେ ବର୍ଷିଛି ଜେଡି (ୟୁ)। ଦଳ ଦାବି କରିଛି ଯେ ବିହାର ବିଧାନସଭା ନିର୍ବାଚନରେ ଆରଜେଡିର ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ବିଜୟରେ ଚିରାଗ ପାସୱାନ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କୁ ରାଘୋପୁର ଆସନରେ ଆରାମରେ ଜିତିବା ପାଇଁ ସହାୟତା କରିଥିଲେ। ଏହି କାରଣରୁ ବିଜେପି ପ୍ରାର୍ଥୀ ସତୀଶ କୁମାର ଯାଦବଙ୍କୁ ୩୮,୦୦୦ ରୁ ଅଧିକ ଭୋଟରେ ତେଜସ୍ୱୀ ଯାଦବ ପରାଜିତ କରିବାରେ ସକ୍ଷମ ହୋଇଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଜେଡି (ୟୁ) ନେତା ନୀରଜ କୁମାର ଏହି ଅଭିଯୋଗକୁ ଦୋହରାଇଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ପାସୱାନ ଜେଡି (ୟୁ)ର ଆଶାତୀତ କ୍ଷତି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମତଦାନ ପୂର୍ବରୁ କ’ଣ ହୋଇଛି ତାହା ଉଭୟ ସାଧାରଣ ଜନତା ଏବଂ ରାଜନୈତିକ ନେତାମାନେ ଜାଣିଛନ୍ତି।

image source- indian express.com

ସୂଚନାଯୋଗ୍ୟ, ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ମେଣ୍ଟରେ ଥିବା ଏଲ୍‌ଜେପିର ମୁଖ୍ୟ ଚିରାଗ ପାସୱାନ୍ ଏବେ ଏନ୍‌ଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୀତୀଶ କୁମାରଙ୍କୁ କଟୁ ସମାଲୋଚନା କରୁଥିଲେ। ଏହି ରାଲିରେ ଏକ ନୀତିଶ ମୁକ୍ତ ସରକାର ଲାଗି ଏଲ୍‌ଜେପି ନେତା ଚିରାଗ ପାସୱାନ ଆହ୍ବାନ ଦେଇଥିଲେ। ହିନ୍ଦୀରେ ସେ ଟୁଇଟ୍‌ କରିଥିଲେ,‘ମୋର ଅନୁରୋଧ ଦୟାକରି ‘ବିହାର ଆଗ, ବିହାରୀ ଆଗ’ ନ୍ୟାୟରେ ‘ଏଲ୍‌ଜେପି’ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦିଅନ୍ତୁ।’ ଆଗାମୀ ସରକାର ନୀତୀଶ ମୁକ୍ତ ସରକାର ହେବ ବୋଲି ବି କହିବାକୁ ପଛାଇ ନ ଥିଲେ। କିନ୍ତୁ, ଚିରାଗ ନିଜକୁ ‘ମୋଦୀଙ୍କ ହନୁମାନ’ କହି ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବେ ବୋଲି ସେ ଘୋଷଣା କରିଥିଲେ।

 

The post ଚିରାଗ ପାସୱାନଙ୍କ ଉପରେ ପୁଣି ବର୍ଷିଲା ଜେଡି (ୟୁ): ତେଜସ୍ୱୀ ଯାଦବଙ୍କୁ ଜିତିବା ପାଇଁ ସହାୟତା କରିଥିଲେ ଚିରାଗ first appeared on Sambad.



from ରାଜନୀତି – Sambad https://ift.tt/3cvYhzz