
ନୂଆଦିଲ୍ଲୀ: ନେତାଜୀ ଜୟନ୍ତୀ ଅବସରରେ କୋଲକାତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜି ଉଦ୍ବୋଧନ ଦେବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମନା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମମତାଙ୍କ ଭାଷଣ ପୂର୍ବରୁ କିଛି ଲୋକ ସଭାସ୍ଥଳରେ ‘ଜୟ ଶ୍ରୀ ରାମ’ ଏବଂ ମୋଦୀ-ମୋଦୀ ସ୍ଲୋଗାନ ଦେବାରୁ ଏଥିରେ କ୍ଷୁବ୍ଧ ମମତା କହିଥିଲେ ଯେ ତାଙ୍କୁ ଏକ ସରକାରୀ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରି ଅପମାନିତ କରାଯାଇଛି ଏବଂ କାର୍ଯ୍ୟକ୍ରମର ଗରିମାକୁ ନଷ୍ଟ କରାଯାଇଛି। କେନ୍ଦ୍ର ସରକାର କୋଲକାତାରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ମତେ ଅପମାନିତ କରାଯାଇଥିବାରୁ ଏହାର ପ୍ରତିବାଦରେ ମୁଁ ଭାଷଣ ଦେବିନାହିଁ ବୋଲି ମମତା କହିଥିଲେ।
The post ମତେ ଆମନ୍ତ୍ରଣ କରି ଅପମାନିତ କରାଯାଇଛି: ମମତା first appeared on Sambad.
from ରାଜନୀତି – Sambad https://ift.tt/3ocZwFN
0 Comments