ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତରେ ଦଳରେ ଯୋଗଦେଲେ ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀ। ସେମାନଙ୍କ ଭିତରେ ଅଛନ୍ତି ଢେଙ୍କାନାଳ ଜିଲ୍ଲାର କିଛି ନେତା ଓ କର୍ମୀ। ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ରେ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଯଶଶ୍ବିନୀ ରାଉତ ଓ ତାଙ୍କର ଶତାଧିକ କର୍ମୀ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ନୂଆ ସଦସ୍ୟଙ୍କୁ ସାଧୁବାଦ ଦେଲେ ସମୀର ମହାନ୍ତି।

ମିଶ୍ରଣ ପର୍ବ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏମାନେ ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ଦଳପାଇଁ ଗୁରୁତ୍ୱ ରଖିବେ। ତେଣୁ ସେମାନଙ୍କୁ ସ୍ୱାଗତ।

The post ବିଜେପିରେ ଯୋଗଦେଲେ ଅନ୍ୟ ଦଳର ଶତାଧିକ କର୍ମୀ first appeared on Sambad.



from ରାଜନୀତି – Sambad https://ift.tt/368eKWw