
ଘୁ.ଉଦୟଗିରି : ଗତ ବିଧାନସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଯୁବନେତା ପ୍ରତାପ ପ୍ରଧାନ ପୁଣି କଂଗ୍ରେସରେ ଯୋଗଦେଇଛନ୍ତି। ପ୍ରତାପଙ୍କୁ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି। ପୂର୍ବରୁ ପ୍ରତାପ କଂଗ୍ରେସର ବିଭିନ୍ନ ପଦପଦବିରେ ରହି ଦାୟିତ୍ବ ତୁଲାଇଥିବା ବେଳେ ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ କୌଣସି କାରଣକୁ ନେଇ କିଛି ଦିନ ଦୂରେଇ ଯାଇଥିଲେ। ପୁଣି କଂଗ୍ରେସ ଉପରେ ଅସ୍ଥା ପ୍ରକଟ କରି ଏବେ ଦଳକୁ ବାହୁଡ଼ିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦଳର ସ୍ଥିତିକୁ ସୁଦୃଢ଼ କରିବେ ବୋଲି କହିଛନ୍ତି। ଟିକାବାଲି ବ୍ଲକ୍ ବରେଗୁଡ଼ା ଗ୍ରାମର ଉଚ୍ଚଶିକ୍ଷିତ ଆଦିବାସୀ ଯୁବ ସମାଜସେବୀ ପ୍ରତାପ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ବିକାଶମୂଳକ କାର୍ଯ୍ୟ ପାଇଁ ଆଗେଇ ଆସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଉତ୍ତମ ଲୋକ ସମ୍ପର୍କ ମଧ୍ୟ ରହିଛି।
The post କନ୍ଧମାଳ : ଯୁବନେତା ପ୍ରତାପ ପ୍ରଧାନ ପୁଣି କଂଗ୍ରେସରେ first appeared on Sambad.
from ରାଜନୀତି – Sambad https://ift.tt/2MiaIUd
0 Comments