
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ ଆର୍ଏଲ୍ଏସ୍ପି ସୁପ୍ରିମୋ ଉପେନ୍ଦ୍ର କୁଶୱାହାଙ୍କ ବୈଠକ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ଦୁଇ ଦଳର ନେତାଙ୍କ ମଧ୍ୟରେ ଗତକାଲି ଆନୁଷ୍ଠାନିକ ବୈଠକ ପରେ ଆର୍ଏଲ୍ଏସ୍ପି ଜେଡିୟୁରେ ବିଲୟ ହୋଇପାରେ ବୋଲି କୁହାଯାଉଛି। ଏହା କାର୍ଯ୍ୟକାରୀ ହେଲେ ବିହାରରେ ରାଜନୈତିକ ସମୀକରଣ ଏକ ନୂଆ ମୋଡ଼ ନେବ। ଜେଡିୟୁ ମାଧ୍ୟମରେ କୁଶୱାହା ପୁଣି ଏନ୍ଡିଏକୁ ଫେରିବାକୁ ଚାହୁଛନ୍ତି ଏବଂ ଜେଡିୟୁ କୋଟାରୁ ସେ ମନ୍ତ୍ରୀ ମଧ୍ୟ ହୋଇପାରନ୍ତି ବୋଲି ଜୋର୍ସୋର୍ ଚର୍ଚ୍ଚା ଚାଲିଛି। ତେବେ ଜେଡିୟୁରେ ଆର୍ଏଲ୍ଏସ୍ପିର ମିଶ୍ରଣକୁ କୁଶୱାହା ଖଣ୍ଡନ କରିଛନ୍ତି। ପଛୁଆ ବର୍ଗଙ୍କ ମଧ୍ୟରେ ନୀତୀଶଙ୍କ ଲୋକପ୍ରିୟତା କମୁଥିବାରୁ ଏବେ କୁଶୱାହାଙ୍କ ମାଧ୍ୟମରେ ନୀତୀଶ ତାଙ୍କ ସ୍ଥିତି ସୁଦୃଢ଼ କରିବାକୁ ଚାହୁଛନ୍ତି ବୋଲି କୁହାଯାଉଛି।
The post ଜେଡିୟୁରେ ଆର୍ଏଲ୍ଏସ୍ପିର ବିଲୟ ହେବ! first appeared on Sambad.
from ରାଜନୀତି – Sambad https://ift.tt/36OwyGZ
0 Comments