
ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଥିବାର ଖବର ମିଳିଛି। ଦୁର୍ନୀତି ଅଭିଯୋଗରେ ଝାରପଡ଼ା ଜେଲରେ ଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଭୁବନେଶ୍ୱର ଏଡିଜେ-୩ ଖାରଜ କରିଥିବା ଜଣାଯାଇଛି।
ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନରେ କୋର୍ଟ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।
ଏଣେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ କରିବେ ବୋଲି ଜଣାଯାଇଛି। ଏହି ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ସୁପାରିସ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏବେ ପ୍ରଦୀପ ପାଣିଗ୍ରାହୀ ଝାରପଡ଼ା ଜେଲ୍ରେ ଅଛନ୍ତି।
The post ନିରାଶ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମିଳିଲାନି ଜାମିନ first appeared on Sambad.
from ରାଜନୀତି – Sambad https://ift.tt/3qzWFcm
0 Comments