
ଭୋପାଳ: ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଭିଯୋଗ କରିବା ପରେ ବିଜେପି ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପ୍ରଶ୍ନ କରିଛନ୍ତି ଯେ ଗେହଲଟ୍ ଯେତେବେଳେ ଏଭଳି ରାଜନୈତିକ ଷଡ଼ଯନ୍ତ୍ର’ ବିଷୟରେ ଜାଣିପାରିଲେ, ସେତେବେଳେ ଏହି କାମ କରୁଥିବା ଲୋକମାନଙ୍କ ଉପରେ କାହିଁକି ଅଙ୍କୁଶ ଲଗାଇବାକୁ ଚେଷ୍ଟା କଲେ ନାହିଁ?
ଏହାଛଡ଼ା କାହିଁକି କଂଗ୍ରେସ ବିଧାୟକମାନେ ସରକାରଙ୍କଠାରୁ ଦୂରେଇ ଯାଉଛନ୍ତି ବୋଲି ନରୋତ୍ତମ ମିଶ୍ର ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା କଥା ଶନିବାର ଦିନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଭିଯୋଗ କରିଥିଲେ। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ବିଦ୍ରୋହଜନିତ ରାଜନୈତିକ ସଙ୍କଟ ଟଳିବାର ଚାରି ମାସ ପରେ ଗେହଲଟ୍ ଏକ ଭର୍ଚ୍ୟୁଆଲ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏ କଥା କହିଥିଲେ। ବିଦ୍ରୋହ କରି ତାଙ୍କ ସରକାରର ପତ୍ତନ ଘଟାଇବାକୁ ବିଜେପି ଷଡ଼ଯନ୍ତ୍ର କରିଥିବା କଥା ସେତେବେଳେ ମଧ୍ୟ ସେ କହିଥିଲେ।
ସିରୋଶି ଜିଲ୍ଲାର ଶିବଗଞ୍ଜ ନଗର ଅଞ୍ଚଳରେ ଦଳୀୟ କାର୍ଯ୍ୟାଳୟର ଏକ ନୂତନ ଅଟ୍ଟାଳିକା ଉଦ୍ଘାଟନ କରି ଗେହଲଟ୍ କହିଲେ, ସେମାନେ (ବିଜେପି) ନିର୍ବାଚିତ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ରାଜସ୍ଥାନରେ ସେମାନେ ପୁନର୍ବାର ଏହି ଖେଳ ଆରମ୍ଭ କରିଦେଲେଣି। ଏହା ହେଉଛି ସେମାନଙ୍କର ଚିନ୍ତାଧାରା। ଏବେ ସେମାନେ ମହାରାଷ୍ଟ୍ର ଉପରେ ଦୃଷ୍ଟି ପକାଇଥିବା ଲୋକେ କହୁଛନ୍ତି।
The post ଅଶୋକ ଗେହଲଟଙ୍କ ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ଦେଲେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ first appeared on Sambad.
from ରାଜନୀତି – Sambad https://ift.tt/2JRzpWH
0 Comments