
ପାଟଣାଗଡ଼/ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ୍ ଅନ୍ତଗର୍ତ ଜିଲ୍ଲା ପରିଷଦ ଜୋନ-୨୬ରେ ଆସନ୍ତା ୨୨ ତାରିଖ ଦିନ ଉପନିର୍ବାଚନ ହେବ। ଏଥିପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶାସକ ବିଜେଡି ପକ୍ଷରୁ ଶୁକ୍ରୁବାର ଦୁଇ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂହ ଓ ଟୁକୁନି ସାହୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସେମାନେ ମଣ୍ଡଳ ଓ ସିହିନୀଠାରେ ଆୟୋଜିତ ସଭାରେ ଦଳୀୟ ପ୍ରାର୍ଥୀ ବିଶ୍ବାମିତ୍ର ବିଶିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣାଗଡ଼ ବିଧାୟକ ସରୋଜ ମେହେର, ବିଜେଡି ଜିଲ୍ଲା ଉପସଭାପତି ମହେଶ୍ବର ସାହୁ, ଲିଙ୍ଗରାଜ ଗୁରୁ, ଧୀରେନ୍ଦ୍ର ବେହେରା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଦୁର୍ଯ୍ୟୋଧନ କୁମ୍ଭାର, ବେଲପଡ଼ା ବ୍ଲକ ଯୁବ ବିଜେଡି ସଭାପତି ଗଣେଶ କୁମ୍ଭାର, ପ୍ରାର୍ଥୀ ଶ୍ରୀ ବିଶି, ବିନ୍ଦୁମତୀ ସାହୁ, ବନିତା ଖମାରୀ, ମୁନା ମେହେର ପ୍ରମୁଖ ଉପସ୍ଥିତଥିଲେ।
The post ଜିଲ୍ଲା ପରିଷଦ ଜୋନ ୨୬ ଉପନିର୍ବାଚନ, ପ୍ରଚାରରେ ଦୁଇ କ୍ୟାବିନେଟ ମନ୍ତ୍ରୀ first appeared on Sambad.
from ରାଜନୀତି – Sambad https://ift.tt/37yyLXv
0 Comments