
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ନେତା ଶ୍ୟାମ ରଜକଙ୍କ ଏକ ଦାବିକୁ ଖଣ୍ଡନ କରିଛନ୍ତି। ୧୭ ଜଣ ଜେଡିୟୁ ନେତା ଆର୍ଜେଡିରେ ଯୋଗ ଦେବେ ବୋଲି ଯେଉଁ ଦାବି ହୋଇଛି ତାହାକୁ ନୀତୀଶ ଖଣ୍ଡନ କରିଛନ୍ତି। ନୀତୀଶ କହିଛନ୍ତି, ତାଙ୍କ ଦଳରେ କୌଣସି ପ୍ରକାର ବିଦ୍ରୋହ ନାହିଁ। ତାଙ୍କ ଦଳର ନେତାମାନେ ଆର୍ଜେଡିରେ ଯୋଗ ଦେବା ସଂକ୍ରାନ୍ତ ଯେଉଁ ଦାବି ହେଉଛି ତାହା ମଧ୍ୟ ଭିତ୍ତିହୀନ। ଯେକୌଣସି ବ୍ୟକ୍ତି ଯେକୌଣସି ପ୍ରକାର ଦାବି କରିପାରିବେ। ଏସବୁ ଦାବିରେ କିଛି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି। ରଜକ୍ କହିଥିଲେ, ୧୭ ଜଣ ଜେଡିୟୁ ବିଧାୟକ ତାଙ୍କ ସହ ସଂପର୍କରେ ଅଛନ୍ତି। ସେମାନେ ଆର୍ଜେଡିରେ ଖୁବ୍ଶୀଘ୍ର ଯୋଗ ଦେବାକୁ ଚାହୁଛନ୍ତି କିନ୍ତୁ କାଳେ ସେମାନେ ସେମାନଙ୍କ ସଦସ୍ୟତା ପଦ ହରାଇବେ ସେଥିଲାଗି ଆମେ ସେମାନଙ୍କୁ ଅଟକାଇଛୁ ବୋଲି ରଜକ କହିଛନ୍ତି।
The post ୧୭ ଜେଡିୟୁ ବିଧାୟକ ଆରଜେଡିରେ ଯୋଗ ଦେବା ଦାବିକୁ ନୀତୀଶଙ୍କ ଖଣ୍ଡନ first appeared on Sambad.
from ରାଜନୀତି – Sambad https://ift.tt/2KHKnyO
0 Comments