
ଚେନ୍ନାଇ : ୨୦୨୧ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାମିଲ ସୁପରଷ୍ଟାର୍ ରଜନୀକାନ୍ତଙ୍କ ସହଯୋଗ ଲୋଡ଼ିବାକୁ ପ୍ରସ୍ତୁତ ହେଉଛି। ରଜନୀକାନ୍ତ ତାଙ୍କ ରାଜନୈତିକ ଯୋଜନାକୁ ବାତିଲ କରୁଛନ୍ତି ବୋଲି ଗତକାଲି ଘୋଷଣା କରିବା ପରେ ଆଜି ବିଜେପି ଏଭଳି ମନ୍ତବ୍ୟ ରଖିଛି।
ଏଆଇଏଡିଏମ୍କେ ସହ ବିଜେପିର ମେଣ୍ଟ ସୁଦୃଢ଼ ଅଛି ବୋଲି ଦର୍ଶାଇବାକୁ ଯାଇ ବିଜେପି ଜାତୀୟ ସାଧାରଣ ସଚିବ ସିଟି ରବି କହିଛନ୍ତି, ତାମିଲନାଡ଼ୁରେ ଏଆଇଏଡିଏମ୍କେ ଏନ୍ଡିଏର ସବୁଠୁ ବଡ଼ ଅଂଶୀଦାର। ସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦଳରୁ ହିଁ ହେବେ। ତେବେ ନିର୍ବାଚନ କମିସନ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଏବାବଦରେ ଔପଚାରିକ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରଜନୀକାନ୍ତ କେତେ ଘନିଷ୍ଠ ତାହା ସମସ୍ତେ ଜାଣନ୍ତି। ବିଜେପି ତାମିଲନାଡ଼ୁ ନିର୍ବାଚ ପାଇଁ ରଜନୀକାନ୍ତଙ୍କ ସହଯୋଗ ଲୋଡ଼ିବାକୁ ପଛାଇବ ନାହିଁ ବୋଲି ସେ କହିଛନ୍ତି।
The post ତାମିଲନାଡ଼ୁ ନିର୍ବାଚନରେ ରଜନୀକାନ୍ତଙ୍କ ସହଯୋଗ ଲୋଡ଼ିବ ବିଜେପି first appeared on Sambad.
from ରାଜନୀତି – Sambad https://ift.tt/3pI2MdH
0 Comments