
ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସର ମୁଖପାତ୍ର ପ୍ରୀତପାଲ ସିଂ ବାଲିଆୱାଲ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପାଇଁ ସେ ନବଜୋତ ସିଂ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି।
ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ କହିଛନ୍ତି, କଂଗ୍ରେସର ରାଜ୍ୟ ଶାଖାର ନେତୃତ୍ୱ ଭୁଲ୍ ଲୋକ ହାତରେ ଦିଆଯାଇଛି। ୨୦୨୨ ମସିହାରେ କ୍ୟାପଟେନ ଅମରିନ୍ଦର ସିଂ ଏବଂ ସୁନୀଲ କୁମାର ଜାଖରଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଆମେ ଦୃଢ଼ ନିଶ୍ଚିତ ଥିଲୁ। କିନ୍ତୁ ଚରଣଜିତ ସିଂ ଭଲ କାମ କରୁଥିଲେ ହେଁ ଆପଣ ସିଦ୍ଧୁଙ୍କୁ ବାଛିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ଦ୍ବାରା ପ୍ରତିଦିନ ସୋସିଆଲ ମିଡିଆରେ କରାଯାଉଥିବା ଟ୍ବିଟ୍ ତାଙ୍କର ତଥା ଦଳର ଭାବମୂର୍ତ୍ତି ହ୍ରାସ କରୁଛି। ଅକାଳୀ ଶାସନରେ ମଧ୍ୟ ସେମାନେ ମୋ ପରିବାର ଉପରେ ମିଥ୍ୟା ମାମଲା ପଞ୍ଜିକରଣ କରିଥିଲେ ଏବଂ ମୋର ବ୍ୟବସାୟକୁ ନଷ୍ଟ କରିଥିଲେ। ତଥାପି ଆମେ କଂଗ୍ରେସ ପାଖରେ ଛିଡ଼ା ହୋଇଥିଲୁ। ଯେତେବେଳେ ପାର୍ଟି ଜଗଦୀଶ ଟାଇଟଲରଙ୍କୁ ମୁଖ୍ୟ ଭୂମିକା ଦେଇଥିଲା ସେତେବେଳେ ମଧ୍ୟ ଏହା ମୋତେ ଆଘାତ ଦେଇଥିଲା। ତେଣୁ ମୁଁ ଜାତୀୟ ସଂଯୋଜକଙ୍କ ଦାୟିତ୍ୱରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ପଞ୍ଜାବ କଂଗ୍ରେସର ସିନିୟର ମିଡିଆ ପ୍ୟାନେଲିଷ୍ଟର ଦାୟିତ୍ୱ ସହିତ ହରିୟାଣା ଏବଂ ହିମାଚଳ ପ୍ରଦେଶ କିଷାନ କଂଗ୍ରେସର ଇନଚାର୍ଜ ଦାୟିତ୍ବରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି।
The post ପଞ୍ଜାବ କଂଗ୍ରେସ ମୁଖପାତ୍ରଙ୍କ ଇସ୍ତଫା first appeared on Sambad.from ରାଜନୀତି | Sambad https://ift.tt/3lG0Ti6
0 Comments