ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଅଧାରୁ ବନ୍ଦ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ୪ ଦଫା ଦାବି ନେଇ ବିଜେପି ବିଧାୟକ ଦଳ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୦ ଦିନ ଧରି ଗୃହ ଅସ୍ୱାଭାବକ ଭାବେ ଚାଲିବା ପରେ ହଠାତ୍ ଗୃହକୁ ବନ୍ଦ କରିବା ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି।
ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ନ ଦେବା,ବାଚସ୍ପତି ଷୋଡ଼ଶ ବିଧାନସଭାର ସମସ୍ତ ଆଠଟି ଅଧିବେଶନକୁ ସ୍ଥିରୀକୃତ ଧାର୍ଯ୍ୟ ଦିବସ ପୂର୍ବରୁ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଭାବରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବାକୁ ନେଇ ଅଭିଯୋଗ ପତ୍ର ଦେଇଛି ବିଜେପି। ସେହିପରି ୩ ବର୍ଷ ହେଲା ଗୃହ ଠିକରେ ଚାଲୁନାହିଁ।
୨ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି। ସ୍ମାର୍ଟ କାର୍ଡ ବାଣ୍ଟବାକୁ ଓ ହକି ମ୍ୟାଚକୁ ଯାଉଛନ୍ତି ହେଲେ ସେ ଗୃହକୁ ଆସୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି।ମୁଖ୍ୟମନ୍ତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହି ସବୁ ଘଟଣାକୁ ନେଇ ବିଜେପି ବିଧାୟକମାନେ ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଅଧିଆ ପଡ଼ିବେ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି।
The post ବିଧାନସଭାକୁ ବନ୍ଦ କରାଯିବା ପ୍ରତିବାଦରେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲା ବିଜେପି first appeared on Sambad.from ରାଜନୀତି | Sambad https://ift.tt/3oHZPMu
0 Comments