ଭୁବନେଶ୍ବର: ଗତକାଲି ବିକ୍ଷୋଭ ପ୍ରଦର୍ଶନ ବେଳେ ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସର ମାଡ଼ ଘଟଣାକୁ ବର୍ବରୋଚିତ ଅତ୍ୟାଚାର ବୋଲି ଆଖ୍ୟା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମାଡ଼କୁ ଡରିବ ନାହିଁ କଂଗ୍ରେସ। ଏଇଟା ଶେଷ ଆନ୍ଦୋଳନ ନୁହେଁ, ଇଂରେଜ ବନ୍ଧୁକକୁ କଂଗ୍ରେସ ଡରି ନଥିଲା, ତେଣୁ ଆନ୍ଦୋଳନ ଜାରି ରହିବ। କାହା ଅନୁମତିରେ ପୁଲିସ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି ବାଡ଼େଇଲା ବୋଲି ସେ ପ୍ରଶ୍ନ କରିଛନ୍ତି।


ଠିକ୍ ସେହିପରି ବିଧାୟକ ନରସିଂହ ମିଶ୍ର କହିଛନ୍ତି, ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗୋଡ଼େଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୁଲିସକୁ ଦିଆଯାଇନି। ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ବୋଧହୁଏ ଆଇନ ପଢ଼ିନାହାନ୍ତି କିମ୍ବା ସରକାରୀ ଚାପରେ ବେଆଇନ କାମ କରୁଛନ୍ତି।
ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ। ଏହି ଘଟଣାର ପ୍ରତିବାଦରେ ଆଗାମୀ ୧୪ ତାରିଖରେ ଦଳ ପକ୍ଷରୁ ରାଜ୍ୟର ସବୁ ଏସପି ଅଫିସ ଘେରାଉ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

The post ମାଡ଼କୁ ଡରିବ ନାହିଁ କଂଗ୍ରେସ: ୧୪ରେ ଏସପି ଅଫିସ ଘେରାଉ କରିବ ଦଳ first appeared on Sambad.

from ରାଜନୀତି | Sambad https://ift.tt/3pMqqaz