ନୂଆଦିଲ୍ଲୀ: କୃଷକ ନେତା ରାକେଶ ଟିକାୟତ୍‌ ରବିବାର ସ୍ପଷ୍ଟ କରି ଦେଇିଛନ୍ତି ଯେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଉତ୍ତରପ୍ରଦେଶ ନିର୍ବାଚନରେ କୌଣସି ଦଳକୁ ସମର୍ଥନ କରିବ ନାହିଁ ବରଂ ଏହା ବଦଳରେ ରାଜନୀତିରୁ ନିଜକୁ ଦୂରେଇ ରଖିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ବର୍ଷାଧିକ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନର ଅନ୍ତ ଘଟିବା ପରେ, ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଥିଲା- କୃଷକ ନେତା ରାକେଶ ଟିକାୟତଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ? ସେ କ’ଣ ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି?

କାରଣ, କୃଷକ ସଂଗଠନ ଭାରତୀୟ କିଷାନ ୟୁନିୟନ (ବିକେୟୁ)ର ଜାତୀୟ ମୁଖପାତ୍ର ଥିବା ରାକେଶ ଟିକାୟତ ଥିଲେ କୃଷକ ଆନ୍ଦୋଳନର ଚେହେରା। ତାଙ୍କରି ନେତୃତ୍ୱରେ ବର୍ଷାଧିକ କାଳ ଧରି ଚାଲିଥିଲା କୃଷକଙ୍କ ଆନ୍ଦୋଳନ; ଯାହା କେନ୍ଦ୍ର ସରକାରଙ୍କୁ କୃଷକଙ୍କ ଦାବିକୁ ଗ୍ରହଣ କରିବା ପାଇଁ ବାଧ୍ୟ କରିବା ଏବଂ କୃଷକଙ୍କ ଦାବି ମୁତାବକ ତିନିଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା ସହିତ ଶେଷ ହୋଇଥିଲା।

ଏପରିସ୍ଥିତିରେ କୃଷକ ଆନ୍ଦୋଳନର ଅନ୍ତ ଘଟିବା ପରେ, ସମସ୍ତଙ୍କ ମନରେ ବର୍ତ୍ତମାନ ପ୍ରଶ୍ନ ଥିଲା- କୃଷକ ନେତା ରାକେଶ ଟିକାୟତଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ? ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କର ଯୋଜନା ଓ ଭୂମିକା କ’ଣ ରହିବ? ତେବେ ରବିବାର ଦିନ ରାକେଶ ଟିକାୟତ୍‌ କହିଛନ୍ତି ଯେ ତାଙ୍କ ସଂଗଠନ ବିକେୟୁ ଆଗାମୀ ନିର୍ବାଚନରେ ରାଜନୀତିର ଅଂଶ ବିଶେଷ ହେବ ନାହିଁ ଏବଂ କାହାକୁ ସମର୍ଥନ କରିବ ନାହିଁ।

The post ୟୁପି ନିର୍ବାଚନରେ ବିକେୟୁ କାହାକୁ ସମର୍ଥନ କରିବ ନାହିଁ, ରାଜନୀତିରୁ ଦୂରେଇ ରହିବ: କୃଷକ ନେତା ରାକେଶ ଟିକାୟତ first appeared on Sambad.

from ରାଜନୀତି | Sambad https://ift.tt/30hHxrS