
କୋଚି: କୋଭିଡ୍ ଟିକାକରଣ ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାରକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲା ଉପରେ କେରଳ ହାଇକୋର୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ମାମଲାଟିକୁ ସୋମବାର ଖାରଜ କରି ଦେଇଛନ୍ତି। ଟିକାକରଣ ପ୍ରମାଣପତ୍ରରେ ଆମ ପ୍ରଧାନମନ୍ତ୍ରୀଙ୍କ ଫଟୋ ବ୍ୟବହାର କରିବାକୁ ଆପଣମାନେ କାହିଁକି ଲଜ୍ଜିତ ବୋଲି କୋର୍ଟ ଅଭିଯୋଗକାରୀଙ୍କୁ ପଚାରିଛନ୍ତି।
ଆଗତ ମାମଲାର ଶୁଣାଣି କାଳରେ କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପିଭି କୁନ୍ହିକ୍ରିଷ୍ଣନ୍ କହିଛନ୍ତି ଯେ ସେ ‘ଆମର’ ପ୍ରଧାନମନ୍ତ୍ରୀ, ଅନ୍ୟ କୌଣସି ଦେଶର ପ୍ରଧାନମନ୍ତ୍ରୀ ନୁହଁନ୍ତି। ସେ ଆମର ଜନାଦେଶ ମାଧ୍ୟମରେ କ୍ଷମତାକୁ ଆସିଛନ୍ତି। କେବଳ ରାଜନୈତିକ ମତଭେଦ କାରଣରୁ ଆପଣ ଏହାକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ। ଦେଶର ୧୦୦ କୋଟି ଲୋକଙ୍କର ଏହା ସହିତ କୌଣସି ସମସ୍ୟା ନାହିଁ, ତେବେ ଆପଣ କାହିଁକି କରିବେ? ସମସ୍ତଙ୍କର ଭିନ୍ନ ଭିନ୍ନ ରାଜନୈତିକ ମତ ଅଛି, କିନ୍ତୁ ସେ ତଥାପି ଆମର ପ୍ରଧାନମନ୍ତ୍ରୀ ଅଟନ୍ତି। ଏପରି ମାମଲା ଆଗତ କରି ଆପଣ ନ୍ୟାୟାଳୟର ସମୟ ନଷ୍ଟ କରୁଛନ୍ତି ବୋଲି ଅଦାଲତ କହିଛନ୍ତି।
ଆବେଦନକାରୀ ନିଜେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଲିଡରସିପ୍ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରୁଥିବାରୁ ରାଜନୈତିକ ନେତାଙ୍କ ନାମରେ ନାମିତ ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ବିରୋଧରେ ତାଙ୍କର କାହିଁକି କୌଣସି ସମସ୍ୟା ନାହିଁ ବୋଲି କୋର୍ଟ ଅଭିଯୋଗକାରୀଙ୍କୁ ପ୍ରଶ୍ନ କରିଥିଲେ। ଯେତେବେଳେ ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ଅନ୍ୟ ଦେଶମାନେ ଏହାକୁ ଅନୁସରଣ କରନ୍ତି ନାହିଁ, ଅଦାଲତ ଦର୍ଶାଇଛନ୍ତି ଯେ ଅନ୍ୟ ଦେଶପରି ଆମେ ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ଗର୍ବିତ।
ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଟିକାକରଣ ପ୍ରମାଣପତ୍ର ଏକ ବ୍ୟକ୍ତିଗତ ଦଲିଲ୍। ସେ ଆହୁରି ମଧ୍ୟ ଯୁକ୍ତି କରିଥିଲେ ଯେ ଆବେଦନକାରୀ ଟିକା ପାଇଁ ଦେୟ ଦେଇଛନ୍ତି ଏବଂ ତେଣୁ ଏକ ଫଟୋ ଲଗାଇ ଋଣ ଦାବି କରିବାର ରାଜ୍ୟର କୌଣସି ଅଧିକାର ନାହିଁ। ଫଟୋର ବ୍ୟବହାର ଭୋଟରଙ୍କ ମନକୁ ପ୍ରଭାବିତ କରିପାରେ। ସେମାନେ ଆହୁରି ମଧ୍ୟ ଯୁକ୍ତି କରିଥିଲେ ଯେ ପ୍ରମାଣପତ୍ରରେ ଫଟୋର ବ୍ୟବହାର କରିବା କୌଣସି ସାର୍ବଜନୀନ ଉଦ୍ଦେଶ୍ୟ କିମ୍ବା ଉପଯୋଗୀତା ସାବ୍ୟସ୍ତ କରେ ନାହିଁ।
The post ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ କଲେ କେରଳ ହାଇକୋର୍ଟ first appeared on Sambad.from ରାଜନୀତି | Sambad https://ift.tt/3m3aAXM
0 Comments