
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଇତିହାସରେ ଯାହା କେବେ ହୋଇ ନଥିଲା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ କାଳରେ ତାହା ହେବାକୁ ଯାଉଛି । ୟୁପି କାହିଁକି ଦେଶର ଇତିହାସରେ ପ୍ରଥମଥର ପାଇଁ କୌଣସି ସରକାର ଏକ ମନ୍ଦିରରେ କ୍ୟାବିନେଟ ବୈଠକ କରିବାକୁ ଯାଉଛନ୍ତି । ଡିସେମ୍ବର ୧୬ ତାରିଖ ସକାଳେ ୟୁପି ବିଧାନସଭାର କ୍ୟାବିନେଟ୍ ବୈଠକ କାଶୀ ବିଶ୍ୱନାଥ ମନ୍ଦିରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ଶର୍ମା ସମେତ ଅନ୍ୟମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ରହିବେ । ଆଗାମୀ ବିଧାନସଭା ନିର୍ବାଚନରେ ପୁଣିଥରେ ବିଜେପିକୁ କ୍ଷମତାରେ ରଖିବାକୁ ଏହାକୁ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି । ଏହା ମାଧ୍ୟମରେ ବିଜେପି ରାଜ୍ୟବାସୀଙ୍କୁ ସନ୍ଦେଶ ଦେବାକୁ ଚାହୁଁଛିକି ଲକ୍ଷ୍ନୌ ପରେ ବାରଣାସୀ ହେଉଛି ରାଜ୍ୟର ଦ୍ୱିତୀୟ ରାଜଧାନୀ ।
କହିରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ପରିକଳ୍ପନା କାଶୀ ବିଶ୍ୱନାଥ ଧାମ କରିଡରର ଶୁଭାରମ୍ଭ ହେବାକୁ ଯାଇଛି । ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନକୁ ଏକ ସ୍ୱତନ୍ତ୍ର ଦିନ ଭାବେ ପରିଗଣିତ କରିବାକୁ ଯୋଗୀ ସରକାରଙ୍କ ସହ ବିଜେପି ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ନିର୍ବାଚନ ପୂର୍ବରୁ ପୂର୍ବାଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଗୀ ସରକାର କାଶୀ ବିଶ୍ୱନାଥ ଧାମରେ ବୈଠକ କରି ଏକ ନୂଆ ଇତିହାସ ରଚିବାକୁ ଯାଉଛି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ୧୪ ତାରିଖରେ କାଶୀ ବିଶ୍ୱନାଥ କରିଡରର ଲୋକର୍ପଣ କରିବାକୁ ଯାଉଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ପ୍ରଦେଶ ଅଧ୍ୟକ୍ଷ, ପ୍ରଦେଶ ପ୍ରଭାରୀଙ୍କୁ ଚିଠି ଲେଖି ଏହି କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯାଇ ପାରିବ ତାହା ଉପରେ ଫୋକସ କରିଛନ୍ତି ।
The post ୟୁପି: ଯୋଗୀଙ୍କ ରାଜ୍ରେ ସୃଷ୍ଟି ହେବ ନୂଆ ଅଧ୍ୟାୟ; ମନ୍ଦିରରେ ବସିବ କ୍ୟାବିନେଟ୍ ବୈଠକ first appeared on Sambad.from ରାଜନୀତି | Sambad https://ift.tt/3Ew10Uz
0 Comments