ଭୁବନେଶ୍ବର : ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସର୍ବଦଳୀୟ ବୈଠକ ପରେ ବି ବିରୋଧୀ ଦଳମାନେ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି । ଗୃହ ମାତ୍ର ୮ ମିନିଟ୍ ଚାଲିବା ପରେ ବାଚସ୍ପତି ଗୃହକୁ ଆସନ୍ତା କାଲି ପାଇଁ ମୁଲତବୀ କରିଦେଇଛନ୍ତି ।

ଏହି ହଟ୍ଟଗୋଳ ମଧ୍ୟରେ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ମୋହନ ମାଝି ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି । ନିଜ ଲିଖିତ ଉତ୍ତରରେ ଦିବ୍ୟଶଙ୍କର କହିଛନ୍ତି ଯେ ମାମଲାଟି ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ  ହାଇକୋର୍ଟଙ୍କ ପୂର୍ବତନ ଜିଲ୍ଲା ଜଜ୍ ଏବିଏସ ନାଇଡୁଙ୍କୁ ତଦନ୍ତ ତଦାରଖ ପାଇଁ ମନୋନୀତ କରିଛନ୍ତି ।

ନିଜ ପ୍ରଶ୍ନରେ ବିଧାୟକ ମାଝି ପଚାରିଥିଲେ ଯେ ହତ୍ୟାର ମାସକ ପୂର୍ବରୁ କେଉଁ ଭିଆଇପି କେଉଁ ଉଦ୍ଦେଶ୍ୟରେ କଲେଜକୁ ଯାଇଥିଲେ ? କେହି କଲେଜରେ ରାତି ବିତେଇଥିଲେ କି ? ହତ୍ୟା ଓ ଯୌନ କେଳେଙ୍କାରୀ ମଧ୍ୟରେ କିଛି ସମ୍ପର୍କ ରହିଛି କି ? ହତ୍ୟା ଘଟଣାର ମୋଟିଭ କଣ? ଯୌନ ବ୍ୟଭିଚାରକୁ ମୋଟିଭ ଭାବେ ଗ୍ରହଣ କରି ତଦନ୍ତ ଚାଲିଛି କି ?

 

The post ବିଫଳ ହେଲା ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ, ଗୃହରେ ଅଚଳାବସ୍ଥା ଜାରି first appeared on Sambad.

from ରାଜନୀତି | Sambad https://ift.tt/334Tana