
ଭୁବନେଶ୍ବର: କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଂଜନ ଘଡେ଼ଇଙ୍କ ଉପସ୍ଥିତି ରେ ଦଳରେ ଯୋଗ ଦେଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ। ବିଜେଡିରେ ଯୋଗ ଦେବା ପରେ ପ୍ରଫୁଲ କହିଛନ୍ତି, ଆଜି ମୋ ପାଇଁ ସ୍ମୃତିର ଦିନ। ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନ ଥିଲା, ବରଂ ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା। ଆମେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛୁ। ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଓଡ଼ିଶାକୁ ଆଉ ମିଳିବନି। ଆଦିବାସୀମାନଙ୍କ ବିକାଶ ସହ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଜ୍ୟର ବିକାଶ ନେଇ କାମ କରିବୁ। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କାମ କରିବି। ଏଣିକି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରିବି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ, ସେ ବି ମୋତେ ଭଲ ପାଆନ୍ତି। ସମସ୍ତେ ଶୄଙ୍ଖଳାର ସହ କାମ କରିବୁ। ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ କରିବ।
କଂଗ୍ରେସ ଦଳରେ ନିର୍ଯାତିତ ହୋଇଥିବା ବି କହିଛନ୍ତି ପ୍ରଫୁଲ୍ଲ ମାଝୀ। ସେ କହିଛନ୍ତି, କଂଗ୍ରେସ ଏକ ମୁଣ୍ଡବିହୀନ ପାର୍ଟି ହୋଇଛି। ବରିଷ୍ଠଙ୍କୁ ଅଣଦେଖା କରାଯାଉଛି। ସେ ଭଳି ଦଳରେ ରହି ଲୋକଙ୍କ ସେବା କରିବା ସମ୍ଭବ ହେଲାନି।
The post ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ: ହାତ ଛାଡ଼ି ଶଙ୍ଖ ଧରିଲେ first appeared on Sambad.from ରାଜନୀତି | Sambad https://ift.tt/3EIbMYb
0 Comments