
କଳାପତାକା ଦେଖାଇଲେ ଛାତ୍ର କଂଗ୍ରେସ କର୍ମୀ
ଅଭିଯୁକ୍ତଙ୍କ ମଧ୍ୟରେ ବିଜେପିର ୨ ଅସନ୍ତୁଷ୍ଟ କର୍ମୀ
ପଦାରେ ପଡ଼ିଲା ବିଜେପିର ଗୋଷ୍ଠୀକନ୍ଦଳ
ବାଲିପାଟଣା : ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ଓ ସାଂସଦଙ୍କ ନିରବତାକୁ ବିରୋଧ କରି ଗୁରୁବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ ଭୁବେନଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯିବା ସହ କଳାପତାକା ପ୍ରଦର୍ଶନ କରାଯାଇଛି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁବାର ଦିନ ବାଲିପାଟଣା ବ୍ଲକ, ବାଲିକୁଦାପାଟଣାରେ ବିଜେପିର ଏକ ପଦଯାତ୍ରାରେ ଯୋଗ ଦେବାକୁ ଯାଇଥିବା ବେଳେ ସରଦେଇପୁର-ନିମାପଡ଼ା ରାସ୍ତାର ଚଣାହଟ୍ଟା ଛକ ନିକଟରେ ଛାତ୍ର କଂଗ୍ରେସର କର୍ମୀମାନେ ତାଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରିଥିଲେ। ଏହାସହ ବିଜେପି ବିରୋଧୀ ନାରାବାଜି ଦେଇ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ସାଂସଦଙ୍କ ବ୍ୟକ୍ତିଗତ ସଚିବ ଧନେଶ୍ବର ବାରିକ ଗୁରୁବାର ସଂଧ୍ୟାରେ ବାଲିପାଟଣା ଥାନାରେ ୬ଜଣଙ୍କ ନାମରେ ଏତଲା ଦାୟର୍ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ, ଜିଲ୍ଲାବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ୍ତ ବଡ଼ଜେନା ଚେତାବନୀ ଦେଇଛନ୍ତି।
ବଡ଼ କଥା ହେଲା, ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ବିଜେପିର ଦୁଇଜଣ ଅସନ୍ତୁଷ୍ଟ ନେତାଙ୍କ ହାତ ଥିବା କୁହାଯାଉଛି। ସେମାନେ ହେଲେ, ବିଜେପି ଯୁବମୋର୍ଚ୍ଚା ଉପସଭାପତି ମନୋରଂଜନ ସାହୁ ଓରଫ ବୁଲୁ ଏବଂ ସ୍ଥାନୀୟ ନେତା ବାଲିକୁଦା ପାଟଣାର ରାଜକିଶୋର ସାହୁ (୩୩) ଓରଫ୍ ରାଜୁ। ଏହି ଦୁଇଜଣଙ୍କ ପ୍ରରୋଚନାରେ ସାଂସଦଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏପରିକି ବିଜେପି କର୍ମୀମାନେ ରାଜକିଶୋରଙ୍କୁ ପୁଲିସ୍ ଜିମା ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ ବୁଲୁ ଏବଂ ରାଜୁଙ୍କୁ ବିଜେପି କର୍ମୀମାନେ ମାଡ଼ ମାରିଥିବା ନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଉଭୟପକ୍ଷଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି। ଏହି ଘଟଣା ବିଜେପିର ଗୋଷ୍ଠୀକନ୍ଦଳକୁ ପଦାରେ ପକା ଦେଇଛି ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ବାଲିକୁଦାପାଟଣାଠାରେ ଅନୁଷ୍ଠିତ ବିଜେପି ପଦଯାତ୍ରାରେ ଯୋଗଦେବା ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁବାର ଦିନ ପ୍ରାୟ ୧ଟାରେ ବାଲିପାଟଣା ଯାଇଥିଲେ। ସାଂସଦଙ୍କ କାର୍ ସରଦେଇପୁର-ନିମାପଡ଼ା ରାସ୍ତାର ଚଣାହଟ୍ଟା ଛକ ଅତିକ୍ରମ କରୁଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ରାଜ୍ୟ ଛାତ୍ର କଂଗ୍ରେସ ସଂପାଦକ ସନ୍ଦୀପ ରାଉତରାୟ ଏବଂ କିଛି କର୍ମୀ ହଠାତ ସାଂସଦଙ୍କ ଗାଡ଼ିକୁ ଲକ୍ଷ୍ୟ କରି ୧୦ରୁ ଅଧିକ ଅଣ୍ଡା ମାଡ଼ କରିଥିଲେ। ଏହାସହ ବିଜେପି ବିରୋଧୀ ନାରାବାଜି ଦେଇ କଳା ପତାକା ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ରରେ ବିଜେପି ସରକାର ଅମଳରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦର ବୃଦ୍ଧି ପାଇଛି। ଏହାଦ୍ବାରା ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। କିନ୍ତୁ ଏହି ଘଟଣାରେ ଭୁବନେଶ୍ୱର ସାଂସଦ ମୁହଁ ଖୋଲୁ ନାହାନ୍ତି। ଆଗାମୀ ଦିନରେ ମଧ୍ୟ ସାଂସଦଙ୍କୁ ବାଲିପାଟଣାରେ ପୂରାଇ ଦିଆଯିବ ନାହିଁ ବ୍ଲକ୍ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ କହିଛନ୍ତି।
ଅପରପକ୍ଷେ ସାଂସଦଙ୍କ ବ୍ୟକ୍ତିଗତ ସଚିବ ଧନେଶ୍ୱର ବାରିକ ଏହି ଘଟଣାରେ ଆଜି ୬ଜଣ ଅଭିଯୁକ୍ତଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣାରେ ରାଜୁ ମାଷ୍ଟରମାଇଣ୍ଡ ବୋଲି ବିଜେପି କର୍ମୀ ଦାବି କରିଛନ୍ତି। ବାଲିକୁଦାପାଟଣା ଗ୍ରାମର ରାଜୁ ୨୦୦୪ ମସିହାରୁ ବିଜେପିର କର୍ମୀ ଅଛନ୍ତି। ହେଲେ ତାଙ୍କୁ ଅଣଦେଖା କରାଯାଉଥିବାରୁ କଂଗ୍ରେସ କର୍ମୀଙ୍କ ଦ୍ୱାରା ସେ ଅଣ୍ଡାମାଡ଼ କରାଇଥିବା ଗଣମାଧ୍ୟମକୁ କହିଛନ୍ତି। ରାଜୁଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସାଂସଦଙ୍କ ଜୟଦେବ ପ୍ରତିନିଧି ତାପସ କୁମାର ଜେନା ଦାବି କରିଛନ୍ତି।
ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ମନୋରଂଜନ ସାହୁ ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି। ବିଜେପି କର୍ମୀମାନେ ତାଙ୍କୁ ଓ ରାଜୁଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ଆଚାର୍ଯ୍ୟବିହାରରେ ବିଜେଡି-ବିଜେପି ଖଣ୍ଡଯୁଦ୍ଧ
ରାଜ୍ୟ ସରକାର ଗୁଣ୍ଡାଗର୍ଦ୍ଦି, ଅରାଜକତା ବନ୍ଦ କରନ୍ତୁ: ଅପରାଜିତା
ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ଯେ ମୋତେ ଆଚାର୍ଯ୍ୟ ବିହାର ବିକାଶ ପରିଷଦ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏଠାରେ କିଛି ବ୍ୟକ୍ତି ବିଶୃଙ୍ଖଳା କରିଛନ୍ତି। ଅନ୍ୟ ୱାର୍ଡରୁ ପୂର୍ବତନ କର୍ପୋରେଟର ଓ ସ୍ଥାନୀୟ ଲୋକଙ୍କୁ ଅଣାଯାଇ ଅଶାନ୍ତି ସୃଷ୍ଟି କରାଯାଇଥିଲା। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ନିର୍ବାଚିତ ସାଂସଦଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ଦାୟିତ୍ବ। ଗୁଣ୍ଡାଗର୍ଦ୍ଦି, ଅରାଜକତାକୁ ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି। ଆସନ୍ତାକାଲି ପୁଲିସ କମିସନର ଓ ଡିସିପିଙ୍କ ସହ ସେ କଥା ହେବେ ବୋଲି କହିଛନ୍ତି।ବିଜେଡି କେବେ ହିଂସାର ଆଶ୍ରୟ ନିଏନି: ଅନନ୍ତ
ଆଜିର ଗଣ୍ଡଗୋଳ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା। ସେ କହିଛନ୍ତି, ବିଜୁ ଜନତା ଦଳ କେବେ ବି ହିଂସାର ଆଶ୍ରୟ ନିଏ ନାହିଁ। ଗଣତାନ୍ତ୍ରିକ ପଦ୍ଧତିରେ ଆମେ ବିକାଶରେ ବିଶ୍ବାସ କରୁ। ଯିଏ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନୀରିହ ମହିଳାଙ୍କ ଉପରେ ଯେଉଁମାନେ ଅମାନୁଷିକ ଆକ୍ରମଣ କରିଛନ୍ତି, ସେମାନଙ୍କୁ କଠୋର ଦଣ୍ଡବିଧାନ କରାଯାଉ।![]()
ସହିଦନଗର ଥାନାରେ ବିଜେଡିର ଏତଲା
from ରାଜନୀତି | Sambad https://ift.tt/3FSgJOd
0 Comments