ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିବା ପରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗତକାଲି କିଛି ବସ୍ତି ବାସିନ୍ଦା ଖାସକରି ମହିଳାମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅପେକ୍ଷା କରିଥିଲେ ଦେଖିବା ପାଇଁ। ସେହି ସମୟରେ କିଛି ଗୁଣ୍ଡା ଶ୍ରେଣୀର ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ। ମାତ୍ର ସେହି ବାଟ ଦେଇ ଯାଉଥିବା ଅପରାଜିତା ମ୍ୟାଡାମ ଓହ୍ଲାଇ ସେମାନଙ୍କୁ ସାନ୍ତ୍ୱନା ଦେଲେ ନାହିଁ। ଆଉ ଯେତେବେଳେ ଲୋକମାନେ ଅପରାଜିତାଙ୍କୁ  ଦୁଃଖ ବିଷୟରେ ଜଣାଇବାକୁ ଗଲେ, ସେହି ସମୟରେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଇଛି। ସାଧାରଣ ଲୋକଙ୍କୁ ଏତେ ଭୟ କାହିଁକି କରୁଛନ୍ତି ସାଂସଦ।

ରାଜ୍ୟରେ କୌଣସି ଜନ ପ୍ରତିନିଧି ନିଜ ସାଙ୍ଗରେ ଗୁଣ୍ଡା ବାହିନୀ ରଖିନାହାନ୍ତି। ଯେଉଁମାନେ ଅପରାଜିତାଙ୍କ ସହ ବୁଲୁଛନ୍ତି ସେମାନଙ୍କ ନାମରେ ଥାନାରେ ଏତଲା ରହିଛି। ବିଜେପିରେ ଅନେକ ବଡ଼ ବଡ଼ ନେତା ମନ୍ତ୍ରୀ ରହିଛନ୍ତି କେହି ବି ଏପରି ନିଜ ସାଙ୍ଗରେ ଗୁଣ୍ଡାବାହିନୀ ଧରି ବୁଲୁନାହାନ୍ତି। ଓଡ଼ିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା ନ କରନ୍ତୁ ଅପରାଜିତା। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠି ଅଶାନ୍ତି ଓ ବିଶୃଙ୍ଖଳା କରିବାକୁ ଚେଷ୍ଟା କରନ୍ତୁ ନାହିଁ ସାଂସଦ।

The post ସାଧାରଣ ଲୋକଙ୍କୁ କାହିଁକି ଏତେ ଭୟ କରୁଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ? ବିଧାୟକ ଅନନ୍ତ ନାରାୟଣ ଜେନା first appeared on Sambad.

from ରାଜନୀତି | Sambad https://ift.tt/3DTUdUA