
ଲାଞ୍ଜିଗଡ଼ : ଦୁଇ ଦିନ ତଳେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଶିବାଜୀ ମାଝୀ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ଅବସରରେ ବିଜେଡିରେ ଯୋଗ ଦେଇଛନ୍ତି। ଭବାନୀପାଟଣାରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗ ଦେଇଥିବା ସେ ଘୋଷଣା କରିଛନ୍ତି।
ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିବାବେଳେ ଦଳୀୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ ସେ ଶୃଙ୍ଖଳିତ ଭାବେ ନିର୍ବାହ କରିବେ ବୋଲି ସୂଚନା ଦେଇଛନ୍ତି।
The post ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ଶିବାଜୀ ମାଝୀ first appeared on Sambad.from ରାଜନୀତି | Sambad https://ift.tt/30g4mfs
0 Comments