
ବାଲିଅନ୍ତା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟାଘଟଣାକୁ ନେଇ ଆଜି ଜୟଦେବ ନିର୍ବାଚନମଣ୍ଡଳୀ ବିଜେପି ସଂଗଠନ ପକ୍ଷରୁ ବାଲିଅନ୍ତା ପଞ୍ଚାୟତ ସମିତି ଘେରାଉ କରାଯାଇଥିଲା। ଏହି ବୀଭତ୍ସ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ବିକ୍ଷୋଭକାରୀମାନେ ଟଙ୍କପାଣି ବ୍ରିଜ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଓବିସି ମୋର୍ଚ୍ଚାର ଉପସଭାପତି ସୁବାସ ଜେନା ଅଧ୍ୟକ୍ଷତା କରିଥିଲେ। ସେମାନେ ଶାସକ ଦଳ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେବା ସହ ମନ୍ତ୍ରୀଙ୍କ ବରଖାସ୍ତ କରାଯିବା ପାଇଁ ଦାବି କରିଥିଲେ। ଏଥସହିତ ଏତମାମ ଘଟଣାର ସିବିଆଇ ତଦନ୍ତ କରାଯିବା ପାଇଁ ବକ୍ତବ୍ୟ ଦେଇଥିଲେ।
ପୂର୍ବାହ୍ନ ୧୧ଟା ସମୟରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରତିବାଦ ସଭାରେ ଉପସ୍ଥିତ ନେତୃବୃନ୍ଦ ବକ୍ତବ୍ୟ ଦେଇଥିଲେ। ଶେଷରେ କର୍ମୀ ସମୂହ ଅଭିଯୁକ୍ତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଜିଲ୍ଲା ଅନୁସୂଚିତ ଜାତି ସଭାପତି ଶିବ ମଲ୍ଲିକ, ସିଦ୍ଧେଶ୍ବର ନାଥ,ବସନ୍ତ ନାୟକ, ମାଗୁଣି ଚରଣ ସେଠୀ, ବିଜୟ ମହାରଣା, ସଂଜୟ ପରିଜା, ଜୟରାମ ସାହୁ, ସଞ୍ଜୟ ତ୍ରିପାଠୀ, ଜଗନ୍ନାଥ ବେହେରା, ଜଗନ୍ନାଥ ବେହେରା, ବଳରାମ ବେହେରା, କ୍ଷେତ୍ରମୋହନ ବେହେରା ଏବଂ ଜୟଶ୍ରୀ ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ। ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ।ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ବ୍ଲକ ବିଜେପି ସଂଗଠନ ବାଳକାଟି ବଜାରରେ ଅନୁରୂପ ଭାବେ ପ୍ରତିବାଦ ଶୋଭାଯାତ୍ରା କରିବା ସହ ସମାନ ଦାବି ଉପସ୍ଥାପନ କରିଥିଲେ।
The post ମମିତା ମେହେର ମୃତ୍ୟୁ ଘଟଣା ପ୍ରତିବାଦରେ ପଞ୍ଚାୟତ ସମିତି ଘେରିଲା ବିଜେପି first appeared on Sambad.from ରାଜନୀତି | Sambad https://ift.tt/3H5gvVs
0 Comments