ନୂଆଦିଲ୍ଲୀ: ଆମକୁ ଥରେ ସୁଯୋଗ ଦେଲେ ଆପଣମାନେ ଅନ୍ୟ ଦଳକୁ ଭୋଟ୍‌ ଦେବେ ନାହିଁ ବୋଲି ଆଜି ହରିଦ୍ବାରରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ସହ କଥାବାର୍ତ୍ତା କରିବା ବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି।

ସହରର ଅଟୋ ଏବଂ ଟ୍ୟାକ୍ସି ଚାଳକମାନଙ୍କ ସହ ଆଳାପ କରିବା ବେଳେ କେଜ୍ରିୱାଲ୍‌ ସେମାନଙ୍କୁ କହିଲେ ଯେ, ‘ଆପ୍‌’କୁ ଥରେ ମାତ୍ର ସୁଯୋଗ ଦେଲେ ସେମାନେ ଅନ୍ୟ ଦଳକୁ ଭୋଟ ଦେବା ବନ୍ଦ କରିଦେବେ।

ପ୍ରତିଶ୍ରୁତି ଦେଇ ସେ କହିଲେ, ୨୦୨୦ ନିର୍ବାଚନରେ ଦିଲ୍ଲୀରେ ମୁଁ କହିଥିଲି, ଯଦି ମୁଁ କାମ କରିନାହିଁ, ମୋତେ ଭୋଟ୍‌ ଦିଅନ୍ତୁ ନାହିଁ। ନିର୍ବାଚନ ପୂର୍ବରୁ ଏଭଳି କହିବାକୁ କେହି ସାହସ କରନ୍ତି ନାହିଁ। ଥରେ ସୁଯୋଗ ଦେବାକୁ ଆଜି ମୁଁ ଆପଣମାନଙ୍କୁ କହୁଛି। ତା’ପରେ ଆପଣମାନେ ଅନ୍ୟ ଦଳଙ୍କୁ ଭୋଟ୍‌ ଦେବେ‌ ନାହିଁ।

Image Courtesy of India.com

ଗତ ଅଳ୍ପ କିଛି ମାସ ହେବ ବାରମ୍ବାର ଉତ୍ତରାଖଣ୍ଡ ଗସ୍ତରେ ଯାଉଥିବା କେଜ୍ରିୱାଲ୍‌ ମଧ୍ୟ ଅଟୋ ଓ ଟ୍ୟାକ୍ସି ଚାଳକମାନଙ୍କୁ କହିଛନ୍ତି ଯେ, ସେ ‘ଫେସ୍‌ଲେସ୍‌ ଆର୍‌ଟିଓ ସର୍ଭିସ୍‌’ ପ୍ରଚଳନ କରିବେ ଏବଂ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କ ପାଇଁ ମାଗଣା ଚିକିତ୍ସା ବ୍ୟବସ୍ଥା କରିବେ।

ଅଟୋ ଓ ଟ୍ୟାକ୍ସି ଚାଳକମାନଙ୍କ ଠାରୁ ତାଙ୍କ ସରକାର ‘ଫିଟ୍‌ନେସ୍‌ ଫି’ ନେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ତତ୍ତ୍ବ ନେବା ଭଳି ସରକାର ସମଗ୍ର ଦେଶରେ ନାହିଁ। ଦିଲ୍ଲୀରେ ଅଟୋ ଚାଳକମାନେ ମତେ ସେମାନଙ୍କ ଭାଇ ଦୃଷ୍ଟିରେ ଦେଖନ୍ତି।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ସେନା କର୍ଣ୍ଣେଲ୍‌ ଅଜୟ କୋଠିୟାଲ୍‌ ହେଉଛନ୍ତି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ‘ଆପ୍‌’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

The post ଆମକୁ ଥରେ ସୁଯୋଗ ଦେଲେ ଆପଣମାନେ ଅନ୍ୟ ଦଳକୁ ଭୋଟ୍‌ ଦେବେନାହିଁ: ହରିଦ୍ବାରରେ କହିଲେ କେଜ୍ରିୱାଲ୍‌ first appeared on Sambad.

from ରାଜନୀତି | Sambad https://ift.tt/3kVSG8Q