ଜୟପୁର: ନୂଆ କ୍ୟାବିନେଟ୍‌ରେ ଦଳିତ, ଜନଜାତି ଏବଂ ମହିଳାଙ୍କ ସମେତ ସବୁ ସମ୍ପ୍ରଦାୟର ସମୁଚ୍ଚିତ ପ୍ରତିନିଧିତ୍ବ ରହିଛି ବୋଲି ରାଜସ୍ଥାନ ରାଜ୍ୟ ନୂଆ କ୍ୟାବିନେଟ୍‌ର ଶପଥ ଗ୍ରହଣ ଉତ୍ସବ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ୍‌ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି, ନୂଆ କ୍ୟାବିନେଟ୍‌ ତାଲିକା ଶୁଭ ସଙ୍କେତ ଦେଉଛି। ରାଜସ୍ଥାନ ସରକାରେ ଗ‌ୋଷ୍ଠୀ ବିବାଦ ନ ଥିଲା। କ୍ୟାବିନେଟ୍ ଅଦଳବଦଳ ନିଷ୍ପତ୍ତି ସଭିଏଁ ମିଳିମିଶି ଗ୍ରହଣ କରିଛନ୍ତି। ସୋନିଆ ଗାନ୍ଧୀ, ରାହୁଲ୍‌ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ କାର୍ଯ୍ୟ କରୁଛି। ‌ଜନତାଙ୍କ ପ୍ରତି ‘ବିଜେପି’ କରିଥିବା ଅବିଚାରକୁ କଂଗ୍ରେସ କର୍ମୀମାନେ ଏକତ୍ର ଉପସ୍ଥାପନ କରିବେ।

Image Courtesy of The Indian Express

ରାଜସ୍ଥାନର ନୂଆ କ୍ୟାବିନେଟ୍‌ରେ ୪ଜଣ ଦଳିତ ମନ୍ତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା କଥାକୁ ପ୍ରଶଂସା କରି ସେ କହିଲେ, ‘ଏଆଇସିସି’, ରାଜ୍ୟ ସରକାର ଓ ଦଳ ଦଳିତ, ପଛୁଆବର୍ଗ ଏବଂ ଦରିଦ୍ରମାନଙ୍କ ପ୍ରତିନିଧିତ୍ବ ଚାହେଁ ବୋଲି ଏହା ଏକ ବାର୍ତ୍ତା। ବହୁ ଦିନ ହେବ ଆମ ସରକାରରେ ଦଳିତ ପ୍ରତିନିଧିତ୍ବ ନ ଥିଲା। ଏବେ ତାହା ପୂରଣ ହୋଇଛି ଏବଂ ବହୁସଂଖ୍ୟକ ଦଳିତଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ସେ ଆହୁରି ମଧ୍ୟ କହିଛି ଯେ, ଦିଲ୍ଲୀରେ ମୁଁ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଅନେକ ସମସ୍ୟା ବିଷୟରେ ଆଲୋଚନା କରିଛୁ। ବିଗତ ୨୦ ବର୍ଷ ହେବ ଦଳ ମତେ ଦେଇଥିବା ସମସ୍ତ ଦାୟିତ୍ବ ନିଷ୍ଠାର ସହ ନିର୍ବାହ କରିଛି। ଆଗକୁ ଦଳ ମତେ ଯୁଆଡ଼େ ପଠାଇବ, ସେଠାକୁ ଯିବି।

The post ରାଜସ୍ଥାନର ନୂଆ କ୍ୟାବିନେଟ୍‌ରେ ସବୁ ସମ୍ପ୍ରଦୟର ପ୍ରତିନିଧିତ୍ବ ରହିଛି: ସଚିନ ପାଇଲଟ୍‌ first appeared on Sambad.

from ରାଜନୀତି | Sambad https://ift.tt/3FwV8KY