
ନୂଆଦିଲ୍ଲୀ : ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ବିଜେପି ସହ ମେଣ୍ଟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି। ଖୁବ୍ଶୀଘ୍ର ଏସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ଅମରିନ୍ଦର ସୂଚନା ଦେଇଛନ୍ତି। ତେବେ ଅମରିନ୍ଦର କହିଛନ୍ତି, ବିଜେପି ସହ ମେଣ୍ଟ ପାଇଁ ତାଙ୍କର ଏକମାତ୍ର ସର୍ତ୍ତ ଥିଲା ଏବଂ ତାହା ହେଉଛି କୃଷକ ଆନ୍ଦୋଳନର ସମାଧାନ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ମଧ୍ୟ ଅମରିନ୍ଦର ଗତକାଲି ଭେଟିଛନ୍ତି। ବିଜେପି ସହ ତାଙ୍କ ଦଳ ‘ପଂଜାବ ଲୋକ କଂଗ୍ରେସ’ ମେଣ୍ଟ କରିବ ବୋଲି ସେ କହିଛନ୍ତି। ଅନ୍ୟ କୌଣସି ରାଜନେତା ତାଙ୍କ ଦଳରେ ଯୋଗ ଦେଉଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ଅମରିନ୍ଦର କହିଛନ୍ତି, ସବୁକିଛି ଠିକ୍ ଚାଲିଛି।
The post ମେଣ୍ଟ ପାଇଁ ମୋଦୀ, ଶାହଙ୍କ ସହ କଥା ହୋଇଛି: ଅମରିନ୍ଦର first appeared on Sambad.from ରାଜନୀତି | Sambad https://ift.tt/3rmCb9Q
0 Comments